www.samajalive.in
Wednesday, December 10, 2025
16.1 C
Bhubaneswar

ଗରିବଙ୍କ ପାଇଁ ନୂଆ ଯୋଜନା ଆରମ୍ଭ କଲେ ହରିୟାଣା ସରକାର

ଚଣ୍ଡିଗଡ଼ : ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଶୁକ୍ରବାର ‘ମୁଖ୍ୟମନ୍ତ୍ରୀ ପରିବାର ସମୃଦ୍ଧି ଯୋଜନା’ ନାମକ ଏକ ନୂଆ ଏବଂ ବଡ଼ ଯୋଜନାର ଶୁଭାରମ୍ଭ କରିଛନ୍ତି।

ଏହି ଯୋଜନା ଅନୁସାରେ ବର୍ଷକୁ ୧.୮୦ ଲକ୍ଷରୁ କମ ଟଙ୍କା ଆୟ କରୁଥିବା ଲୋକଙ୍କୁ ପ୍ରତି ବର୍ଷ ୬୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। ‘ମୁଖ୍ୟମନ୍ତ୍ରୀ ପରିବାର ସମୃଦ୍ଧି ଯୋଜନା’ରେ ଆର୍ଥିକ ଦୁର୍ବଳ ବା ଗରିବ ଲୋକେ ଲାଭ ପାଇବେ। ପଞ୍ଚକୁଳାଠାରେ ଆୟୋଜିତ ଏକ ସମାରୋହରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ହରିୟାଣା ବିଧାନସଭା ନିର୍ବାଚନର ଠିକ ପୂର୍ବରୁ ଏହି ଯୋଜନା ଆରମ୍ଭ କରାଯାଇଛି। ଫଳରେ ଏହାକୁ ନେଇ ବିରୋଧୀମାନେ ଖଟ୍ଟରଙ୍କୁ ସମାଲୋଚନା କରିଛନ୍ତି। ନିର୍ବାଚନ ପାଇଁ ଖଟ୍ଟର ସରକାର ଏହି ଯୋଜନାର ଆରମ୍ଭ କରିଛନ୍ତି ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି। ପ୍ରକାଶ ଯେ ଚଳିତ ବର୍ଷ ଅକ୍ଟୋବରରେ ହରିୟାଣାରେ ବିଧାନସଭା ନିର୍ବାଚନ ହେବ।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories