ଭୁବନେଶ୍ୱର : ସାଇକେଲରେ ଟ୍ୟୁସନ୍ ଯାଉଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ରାସ୍ତା ମଝିରେ ଅସଦାଚରଣ କରିଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ଅସଦା ଆଚରଣ କରିବାର ୧୦ ଦିନ ପରେ ପୁଲିସ ଚିହ୍ନଟ କରିଥିଲା । ଅଭିଯୁକ୍ତକୁ ଗିରଫ କରାଯାଇଛି ବୋଲି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତକୁ ଚିହ୍ନଟ କରାଯାଇଥିଲା ।
ସୂଚନାଯୋଗ୍ୟ, ଗତ ୨୧ ତାରିଖ ଦିନ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଶବର ସାହିର ଜଣେ ନାବାଳିକା ଛାତ୍ରୀ ଟ୍ୟୁସନ୍ ଯାଉଥିଲେ । ଏହି ସମୟରେ ଜଣେ ବ୍ୟକ୍ତି ଏକ ଦୁଇ ଚକିଆ ଗାଡିରେ ଆସି ତାଙ୍କୁ ପ୍ରଥମେ ପିଛା କରିଥିଲେ ଏବଂ ପରେ ଏକ ନିଛାଟିଆ ସ୍ଥାନରେ ତାଙ୍କୁ ଅଟକାଇ ଅସଦାଚରଣ କରିଥିଲେ। ଏ ନେଇ ନାବାଳିକା ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ଥାନାରେ ଏତଲା ଦିଆଯାଇଥିଲା। ଏହି ଘଟଣାର ପୁରା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ୍ ହୋଇଥିଲା । ସିସିଟିଭି ଫୁଟେଜ୍ରେ ଅଭିଯୁକ୍ତର ଚେହେରା ଓ ଗାଡି ନମ୍ବର ସହଜରେ ଜଣାପଡୁଥିବା ବେଳେ ପୁଲିସ କିନ୍ତୁ ଅଭିଯୁକ୍ତକୁ ଗିରଫ କରିବାରେ ଫେଲ୍ ମାରିଛି ।



