www.samajalive.in
Saturday, December 13, 2025
23.1 C
Bhubaneswar

ହାରିସ୍‍ ଦିଲ୍ଲୀ କ୍ୟାପିଟାଲ୍‍ସର ବୋଲିଂ ପ୍ରଶିକ୍ଷକ

ନୂଆଦିଲ୍ଲୀ : ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ଫ୍ରାଞ୍ଚାଇଜି ଦିଲ୍ଲୀ କ୍ୟାପିଟାଲ୍‍ସର ମଙ୍ଗଳବାର ଘୋଷଣା କରିଛି ଯେ ଅଷ୍ଟ୍ରେଲିଆ କ୍ରିକେଟ୍‍ ଦଳର ପୂର୍ବତନ ଫାଷ୍ଟବୋଲର ରିୟାନ୍‍ ହାରିସ୍‍ ଏହାର ବୋଲିଂ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ସେପ୍ଟେମ୍ବର ୧୯ରୁ ଆରମ୍ଭ ହେଉଥିବା ଆଇପିଏଲ୍‍ର ୧୩ଶ ସଂସ୍କରଣ ଲାଗି ହାରିସ୍‍ ୟୁଏଇର ଯାତ୍ରାକରି ଦିଲ୍ଲୀ କ୍ୟାପିଟାଲ୍‍ସ ଦଳରେ ଯୋଗଦେବେ ବୋଲି ଜାଣିବାକୁ ମିଳିଛି। ସୂଚନାଯୋଗ୍ୟ; ଅଷ୍ଟ୍ରେଲିଆ କ୍ରିକେଟ୍‍ ଦଳର ଆଉ ଜଣେ ପୂର୍ବତନ ଫାଷ୍ଟବୋଲର ଜେମ୍‍ସ ହୋପ୍‍ସ ୨୦୧୮ ଓ ୨୦୧୯ ସିଜିନ୍‍ରେ ଦିଲ୍ଲୀ କ୍ୟାପିଟାଲ୍‍ସର ବୋଲିଂ ପ୍ରଶିକ୍ଷକ ଥିଲେ। ତେବେ ଚଳିତ ସିଜିନ୍‍ରେ ହୋପ୍‍ସ ବ୍ୟକ୍ତିଗତ କାରଣ ଦର୍ଶାଇ ଆଇପିଏଲ୍‍ରୁ ଓହରିଯିବାରୁ ତାଙ୍କ ସ୍ଥାନରେ ହାରିସ୍‍ଙ୍କୁ ଏହି ଦାୟିତ୍ୱ ଦିଲ୍ଲୀ କ୍ୟାପିଟାଲ୍‍ସ ଦେଇଛି।

ଆଇପିଏଲ୍‍ ଏବଂ ଅନ୍ୟ ଟ୍ୱେଣ୍ଟି୨୦ ଲିଗ୍‍ରେ ରିୟାନ୍‍ ହାରିସ୍‍ ଜଣେ ଜଣାଶୁଣା ନାମ। ସେ ପ୍ରଥମେ ଡେକାନ୍‍ ଚାର୍ଜର୍ସରେ ଯୋଗ ଦେଇଥିଲେ। ୨୦୦୮ରେ ଡେକାନ୍‍ ଚାର୍ଜର୍ସ ଆଇପିଏଲ୍‍ ଚମ୍ପିଆନ୍‍ ହୋଇଥିବା ବେଳେ ହାରିସ୍‍ ଏହାର ପ୍ରମୁଖ ସଦସ୍ୟ ଥିଲେ। ପରେ ସେ କିଙ୍ଗ୍‍ସ ଏକାଦଶ ପଞ୍ଜାବ ପାଇଁ ଆଇପିଏଲ୍‍ ଖେଳିଥିଲେ। ବିଳମ୍ବରେ ଆନ୍ତର୍ଜାତିକ କ୍ରିକେଟ୍‍ରେ ପ୍ରବେଶ କରିଥିବା ରିୟାନ୍‍ ହାରିସ୍‍ ଅଷ୍ଟ୍ରେଲିଆ ପାଇଁ ୧୧୩ଟି ଟେଷ୍ଟ ୱିକେଟ, ୪୪ଟି ଦିନିକିଆ ୱିକେଟ ଏବଂ ୪ଟି ଟ୍ୱେଣ୍ଟି୨୦ ୱିକେଟ ନେଇଛନ୍ତି। ୨୦୧୫ରେ କ୍ରିକେଟ୍‍ରୁ ଅବସର ଘୋଷଣା କରିବା ପରେ ହାରିସ୍‍ ବିଗ୍‍ ବାସ୍‍ ଲିଗ୍‍ ଦଳ ବ୍ରିସ୍‍ବେନ୍‍ ହିଟ୍‍ ଓ କିଙ୍ଗ୍‍ସ ଏକାଦଶ ପଞ୍ଜାବ ଦଳରେ ବୋଲିଂ ପ୍ରଶିକ୍ଷକ ଦାୟିତ୍ୱ ତୁଲାଇଛନ୍ତି। ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍‍ସର ମୁଖ୍ୟ ପ୍ରଶିକ୍ଷକ ଥିବା ବେଳେ ମହମ୍ମଦ କୈଫ୍‍ ବ୍ୟାଟିଂ ପ୍ରଶିକ୍ଷକ, ସାମୁଏଲ୍‍ ବଦ୍ରି ସ୍ପିନ୍‍ ବୋଲିଂ ପ୍ରଶିକ୍ଷକ ଓ ବିଜୟ ଡାହିୟା ୱିକେଟ ରକ୍ଷଣ ପ୍ରଶିକ୍ଷକ ଅଛନ୍ତି। ଦିଲ୍ଲୀ କ୍ୟାପିଟାଲ୍‍ସ ଦଳରେ କିଛି ଚମତ୍କାର ପେସ୍‍ ବୋଲର ଥିବାରୁ ସେମାନଙ୍କ ସହ କାମ କରିବାକୁ ସେ ଅପେକ୍ଷା କରିଛନ୍ତି ବୋଲି ରିୟାନ୍‍ ହାରିସ୍‍ କହିଛନ୍ତି।

Hot this week

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

Related Articles

Popular Categories