www.samajalive.in
Saturday, December 6, 2025
17.1 C
Bhubaneswar

ବିଦ୍ୟୁତ ତାର ଛିଡ଼ିବା ଗୁଜବରୁ ଘଟିଥିଲା ଦଳାଚକଟା: ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି, ୩୪ ଆହତ

ସମାଜ ଡିଜିଟାଲ ଡେସ୍କ: ଉତ୍ତରାଖଣ୍ଡର ହିରଦ୍ଵାରସ୍ଥିତ ମନ୍‌ସା ଦେବୀ ମନ୍ଦିରରେ ରବିବାର ଘଟିଥିବା ଦଳାଚକଟା ଘଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ସେହିପରି ୩୪ ଜଣ ଶ୍ରଦ୍ଧାଳୁ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମନ୍ଦିରରେ ଦର୍ଶନ ପାଇଁ ପ୍ରବଳ ଭିଡ ଲାଗିଥିବାବେଳେ ବିଦ୍ୟୁତ ତାର ଛିଡ଼ିବା ନେଇ ଗୁଜବ ପ୍ରଚାରିତ ହେବାରୁ ଦଳାଚକଟା ଘଟିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଶ୍ରାବଣ ମାସରେ ହରିଦ୍ଵାରରେ ପ୍ରବଳ ଭିଡ଼ ହୋଇଥାଏ। ରବିବାର ଛୁଟି ଦିନ ଥିବାରୁ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ପୂର୍ବାହ୍ନ ସମୟରେ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ ପାଇଁ ଭିଡ଼ ଭିତରେ ରହିଥିଲେ। ହଠାତ୍‌ ଉପରେ ଯାଇଥିବା ବିଦ୍ୟୁତ ତାର ଛିଣ୍ଡିପଡ଼ିବା ନେଇ ଗୁଜବ ପ୍ରଚାରିତ ହୋଇଥିଲା, ଯାହାଫଳରେ ଶ୍ରଦ୍ଧାଳୁମାନେ ଭୟଭୀତ ହୋଇପଡ଼ି ଏଣେତେଣେ ଦୌଡ଼ିଥିଲେ। ଏହି କାରଣରୁ ଦଳାଚକଟା ଘଟିଥିଲା। ପ୍ରଥମେ ୬ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ପରବର୍ତ୍ତୀ ସମୟରେ ଆଉ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

- Advertisement -

ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ କରାଯାଇ ଆହତମାନଙ୍କୁ ନିକଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିଛି ଶ୍ରଦ୍ଧାଳୁଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories