ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ପୁସ୍ତକ ପ୍ରଦର୍ଶନୀ
ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ ତମ ଜୟନ୍ତୀ ପାଳନ ଅବସରରେ ଏକ ପୁସ୍ତକ ପ୍ରଦର୍ଶନୀ ହୋଇଛି। ଏହି ଅବସରରେ ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ କାର୍ୟ୍ୟକ୍ରମ ଉଦଘାଟନ କରି ଗଙ୍ଗାଧରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପାଠକ ଓ ପାଠିକା ମାନଙ୍କୁ ପ୍ରେରଣା ଦେଇଥିଲେ କ୍ଷ ମୁଖ୍ୟବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସାମଲ ଗଙ୍ଗାଧରଙ୍କ ଆଦର୍ଶରେ ଜୀବନରେ କିପରି ଉନ୍ନତି କରି ଓଡ଼ିଆ ଭାଷାକୁ ସମୃଦ୍ଧି କରିବା ପାଇଁ ପ୍ରେରଣା ଦେଇଥିଲେ। ଅନ୍ୟତମ ଅତିଥି ଡ଼. ଅଲେଖ ନନ୍ଦୀ ପାଠକ ପାଠିକାଙ୍କୁ କିପରି ଆତ୍ମବିଶ୍ୱାସର ସହ ପ୍ରତିଯୋଗିତାରେ କୃତକାର୍ୟ୍ୟ ହୋଇପାରିବେ ଏ ସଂପର୍କରେ ଉଲ୍ଲେଖ କରିଥିଲେ କ୍ଷ ଯୁଗ୍ମ ଶାସନ ସଚିବ ତଥା ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଅତସୀ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପରିଶେଷରେ ଉକ୍ତ କାର୍ୟ୍ୟକ୍ରମକୁ ସଫଳ କରିବାରେ ପାଠାଗାରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
Comments are closed.