www.samajalive.in
Friday, December 5, 2025
26.1 C
Bhubaneswar

ସୁସ୍ଥ ହେବା ପରେ ମଧ୍ୟ କାହିଁକି ମ୍ୟାଚ ଖେଳିନଥିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ମହାସମର ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ସବୁ ଦଳର ଖେଳାଳୀମାନେ ଏଥିପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ବି ଏହି ତାଲିକାରେ ସାମିଲ ଅଛନ୍ତି । ହାର୍ଦ୍ଦିକ ବିଶ୍ୱକପ ଖେଳିବା ବେଳେ ଆହତ କାରଣରୁ ଅନେକ ଦିନ ଧରି ଭାରତୀୟ ଦଳରୁ ବାହାରେ ରହିଛନ୍ତି । ହେଲେ ଏବେ ହାର୍ଦ୍ଦିକ ଆଇପିଏଲ ଖେଳିବାକୁ ପୁରା ପ୍ରସ୍ତୁତ । ପାଣ୍ଡ୍ୟା କହିଛନ୍ତି ଯେ ସେ ପୁରା ଫିଟ୍‌ ଅଛନ୍ତି । କିଛି କାରଣବଶତଃ ଭାରତୀୟ ଦଳରେ ଖେଳୁନାହାଁନ୍ତି ।  ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି ‘ବିଶ୍ୱକପ ସମୟରେ ମୁଁ ବୋଲିଂ କରିବା ବେଳେ ଆହତ ହୋଇଥିଲି । ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ନଥିଲା, ପୂର୍ବ ଆଘାତ ଭଳି ମଧ୍ୟ ନଥିଲା, ମୋର ଫିଟନେସ୍‌ ଉପରେ ମଧ୍ୟ କୌଣସି ପ୍ରଭାବ ପଡିନଥିଲା । ଯେତେବେଳେ ମୁଁ ଫିଟ୍‌ ହେଉଥିଲି ସେହି ସମୟରେ ଜାନୁଆରୀରେ ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ହେଉଥିଲା । ସମ୍ପୂର୍ଣ୍ଣ ଫିଟ୍‌ ହେବା ପରେ ଭାରତୀୟ ଦଳର କୌଣସି ମ୍ୟାଚ ନଥିଲା’ । ଏହି କାରଣରୁ ମୁଁ ମ୍ୟାଚ ଖେଳିପାରିଲି ନାହିଁ ।
ଆଇପିଏଲରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ଚମକ୍ରାର ରହିଥାଏ । ସେ ଗତ ୨ବର୍ଷ ହେଲା ଗୁଜୁରାଟ ଟାଇଟନ୍ସର କ୍ୟାପଟେନ ଥିବା ବେଳେ ଦଳକୁ ଶିର୍ଷରେ ପହଂଚାଇଥିଲେ । ୨୦୨୨ ପ୍ରଥମ କରି ଗୁଜୁରାଟ ଟାଇଟନ୍ସ ଆଇପିଏଲ ଖେଳିବା ସହ ଚାମ୍ପିଅନ୍‌ ହୋଇଥିଲେ ଏବଂ ୨୦୨୩ ମସିହାରେ ସେ ଦଳକୁ ଫାଇନାଲକୁ ନେଇଥିଲେ । ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍‌ସ ଗୁଜୁରାଟକୁ ପରାସ୍ତ କରିଥିଲା । ଚଳିତ ବର୍ଷ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଟିମରେ ଅଧିନାୟକ ଭାବେ ନଜର ଆସିବେ ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories