ହାର୍ଦ୍ଦିକ, ଅଳ୍ପେଶ ଏବଂ ଜିଗ୍ନେଶଙ୍କ ବିରୋଧରେ ମାମଲା ରୁଜୁ
ଅହମଦାବାଦ : ପାଟିଦାର ସଂରକ୍ଷଣ ଅନ୍ଦୋଳନ ନେତା ହାର୍ଦ୍ଦିକ ପଟେଲ ଏବଂ ଗୁଜରାତ ଦଳିତ ନେତା ତଥା କଂଗ୍ରେସ ବିଧାୟକ ଅଳ୍ପେଶ ଠାକୋର ଏବଂ ସ୍ୱାଧୀନ ବିଧାୟକ ଜିଗ୍ନେଶ ମେୱାଣିଙ୍କ ବିରୋଧରେ ପୁଲିସ୍ ଜଣେ ବ୍ୟକ୍ତିଙ୍କ ଘରେ ଜବରଦସ୍ତ ପ୍ରବେଶ କରିବା ଅଭିଯୋଗରେ ମାମଲା ରୁଜୁ କରିଛି। ଗାନ୍ଧିନଗର ମକୱାଣା ସେକ୍ଟର ୨୧ ଥାନାରେ ଏନେଇ ମାମଲା ରୁଜୁ କରାଯାଇଛି। ଅଭିଯୋଗରେ ଦର୍ଶାଯାଇଛି ଯେ ତିନି ନେତା ନିଜ ସମର୍ଥକଙ୍କ ସହ ଜଣେ ବ୍ୟକ୍ତିଙ୍କ ଘରେ ପୁରୁଷ ନଥିବା ସମୟରେ ଜବରଦସ୍ତ ପ୍ରବେଶ କରିଥିଲେ। ସେଠାରେ ତିନି ନେତା ଓ ସେମାନଙ୍କ ସମର୍ଥିକ କିଛି ମଦ ପ୍ୟାକେଟ ରଖିଦେଇଥିଲେ। ସେହି ଘରେ ମଦ ବ୍ୟବସାୟ ହେଉଥିବା ପ୍ରମାଣିତ କରିବା ପାଇଁ ତିନି ନେତା ଏପରି ଘୃଣ୍ୟ କାର୍ଯ୍ୟ କରିଥିଲେ ବୋଲି ଅଭିଯୋଗ କରାଯାଇଛି। ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ ହୋଇଛି ବୋଲି ଆଇଆଇସି ଏନ୍ ଯାଦବ ସୂଚନା ଦେଇଛନ୍ତି। ଉଲ୍ଲେଖ ଯେ ଗୁଜରାତରେ ୧୯୬୦ରୁ ମଦ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଠାରେ ମଦ ବ୍ୟବସାୟ, ଗଚ୍ଛିତ ରଖିବା ଏବଂ ସେବନ ଉପରେ ବି ପ୍ରତିବନ୍ଧକ ଲଗାଯାଇଛି।