www.samajalive.in
Thursday, December 11, 2025
16.1 C
Bhubaneswar

କ୍ରସର ୟୁନିଟ ଏବଂ ପଥର କ୍ୱେରୀ ଅନୁମତି ବାତିଲ ଆନ୍ଦୋଳନ ଜୋର ଧରିଲା – ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଗ୍ରାମବାସୀ

ହରଭଙ୍ଗା  -କ୍ରସର ଓ ପଥର କ୍ଵାରୀ ଅନୁମତି ବାତିଲ  ପାଇଁ ସୋମବାର ବୌଦ୍ଧ ଜିଲ୍ଲାପାଳଙ୍କୁ ଖରଭୂଇଁ ଗ୍ରାମବାସୀ   ଦାବିପତ୍ର ପ୍ରଦାନ  କରିଛନ୍ତି  ପ୍ରକାଶ ଯେ ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଅଂଚଳରେ ପୁନଃ କ୍ରସର ଓ ପଥର କ୍ଵାରି ଚାଲୁକରିବା ପାଇଁ ଜିଲ୍ଲା ପ୍ରଶାସନ ଦେଇଥିବା ଅନୁମତି  ଦେବା ପରେ ଗ୍ରାମବାସୀଙ୍କ ମଧ୍ୟରେତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଏହି ଘଟଣାପରେ ପୁଣି ଗ୍ରାମବାସୀ ଆନ୍ଦୋଳନପାଇଁ ଅଣ୍ଟାଭିଡୁଥିବା ବେଳେ ସୋମବାରରେ ବୌଦ୍ଧଠାରେ ଅନୁଷ୍ଠିତ ଜନଶୁଣାଣୀ ଶିବିରରେ ଉପସ୍ଥିତ ରହି ଏ ସମ୍ପର୍କରେ ଦାବିପତ୍ର ଉପସ୍ଥାପନ କରିଛନ୍ତି । ପଥର  କ୍ରସର ଯୋଗୁଁ ଅଞ୍ଚଳରେ ବ୍ୟାପୁଥିବା ଚର୍ମରୋଗ କୀଡନୀରୋଗ ତଥା ଅନେକ ଔଷଧିୟ ଗୁଳ୍ମଲତା ଆଜି ନିଶ୍ଚିହ୍ନ ହୋଇଯାଇଛି । ପଥର ଗୁଣ୍ଡପଡି ଚାଷଜମି  ଉର୍ବରତା ହରେଇଛି । ଘରଦ୍ବାର ଫାଟି ଆଁ କରିଛି । ଏଣୁ କୌଣସି ପରିସ୍ଥିତିରେ ଖରଭୂଇଁଠାରେ ଥିବା କ୍ରସର ଓ କ୍ବାରୀ ଗୁଡିକ ନ ଚଲେଇଦେବାପାଇଁ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି ।

- Advertisement -

ଜିଲ୍ଲା ପ୍ରଶାସନ କ୍ରସର ୟୁନିଟ ବନ୍ଦ ନକଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀମାନେ ସୂଚନା ଦେଇଛନ୍ତି ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories