www.samajalive.in
Saturday, December 6, 2025
14.1 C
Bhubaneswar

ମଦ ଜବତ ବେଳେ ଅବକାରୀ କର୍ମଚାରୀଙ୍କୁ ଘେରିଲେ ମହିଳା

ହରଭଙ୍ଗା : ହରଭଙ୍ଗା ଥାନା ଅନ୍ତର୍ଗତ ଭାବପୁର ଗ୍ରାମରେ ମଙ୍ଗଳବାର ଅବକାରୀ ବିଭାଗ ମଦ ଜବତ ବେଳେ ଗାଁ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବା ଜଣାପଡିଛି। ମହିଳାମାନେ ମିଳିତଭାବେ ଅବକାରୀ ଗାଡିକୁ ଅଟକାଇବା ସହିତ ଜବତ ମଦ ସାଙ୍ଗକୁ ମଦ ଜବତ ସାମଗ୍ରୀ ଛଡାଇନେଇଥିବା ନେଇ ଅବକାରୀ ବିଭାଗ ପକ୍ଷରୁ ହରଭଙ୍ଗା ଥାନାରେ ଏତେଲା ହୋଇଛି।ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ସକାଳେ ବୌଦ୍ଧ ଅବକାରୀ ପାଟ୍ରୋଲିଂ ସବଇନିସପେକ୍ଟର ସ୍ପନ୍ଦନ ମହାନ୍ତି ଏବଂ ଅବକାରୀ କର୍ମଚାରୀଙ୍କ ପକ୍ଷରୁ ଭାବପୁର ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରେ ଚଢାଉ କରିଥିଲେ। ଘର ପଛପାଖରୁ ବେଆଇନଭାବେ ଚାଲିଥିବା ମଦରନ୍ଧା ସାମଗ୍ରିକୁ ଜବତ କରିବା ସହିତ ଏକ ଦେଶୀ ମହୁଲି ମଦ ଭର୍ତୀ ପ୍ଲାଷ୍ଟିକ ଜାରକୁ ମଧ୍ୟ ଜବତ କରିଥିଲେ। ଏ ନେଇ କାଗଜପତ୍ର କରିବା ସମୟରେ ଅବକାରୀ ଗାଡିକୁ ମହିଳାମାନେ ଏକତ୍ରୀତ ହୋଇ ଘେରାଉ କରିବା ସହିତ ମଦ ତିଆରି ସାମଗ୍ରୀ ଏବଂ ଜବତ ମଦ ପ୍ଲାଷ୍ଟିକ ଜାରକୁ ଜୋରଜବରଦସ୍ତ ଗ୍ରାମର ଚୈତନ୍ୟ ଦଣ୍ଡସେନା ଏବଂ ଅନ୍ୟମାନେ ଛଡାଇ ନେଇଥିବା ଅବକାରୀ ଇନିସପେକ୍ଟର ହରଭଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ହରଭଙ୍ଗା ପୁଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର କିଷାନ ସୂଚନା ଦେଇଛନ୍ତି। ଏ ସର୍ମ୍ପକରେ ପ୍ରତିକ୍ରିୟା ପାଇଁ ବୌଦ୍ଧ ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାଏକଙ୍କୁ ଯୋଗାଯୋଗ କରିବା ପରେ ସେ କହିଛନ୍ତି, ଚଢାଉ ପାଇଁ ଯାଇଥିବା ସମୟରେ ଗାଡିକୁ ଅଟକାଇ ମଦ ଛଡ଼ାଇଥିଲେ। ଏହାପରେ ଏନେଇ ଥାନା ଏତଲା ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories