www.samajalive.in
Saturday, December 6, 2025
14.1 C
Bhubaneswar

ବୁଲୁରାରେ ଖୋଲିବ ନୂଆ ସ୍ୱାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ର

ହରଭଙ୍ଗା : ହରଭଙ୍ଗା ବ୍ଲକ ଶଙ୍କୁଲେଇ ପଂଚାୟତର ବନ୍ଦ ଥିବା ବୁଲୁରା ପ୍ରାଥମିକ ସ୍କୁଲରେ ଏକ ନୂଆ ସ୍ୱାସ୍ଥ୍ୟ ଆରୋଗ୍ୟ ଉପ କେନ୍ଦ୍ର ଖୋଲିବାକୁ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତି ନେଇଛି । ପ୍ରକାଶ ଯେ ହରଭଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଏହି କେନ୍ଦ୍ରକୁ ବୁଲୁରା ଠାରେ ଖୋଲିବା ପାଇଁ ନିଷ୍ପତି ନିଆଯାଇଛି। ଯାହାଫଳରେ ପ୍ରାଥମିକ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଠାରୁ ୮କିଲୋମିଟର ଦୂରରେ ଥିବା ବୁଲୁରା ସମେତ ପାଣିଘରା, ରାଉତପଡା, ନାଏକପଡା, ବୃହସ୍ପତିପୁର ଭଳି ଗ୍ରାମବାସୀଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପାଇଁ ସହାୟକ ହୋଇପାରିବ । ଏହି କେନ୍ଦ୍ର ଖୋଲିବା ପରେ ଏଠାରେ ଜଣେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ଜଣେ ଏ. ଏନ. ଏମ ନିଯୁକ୍ତ ହେବେ । ଵର୍ତମାନ ବ୍ଲକରେ ୧୯ଟି ସ୍ୱାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ର ରହିଥିବା ବେଳେ ଆଉ ୧୧ଟି ନୂତନ ସ୍ୱାସ୍ଥ୍ୟ ଆରୋଗ୍ୟ ଉପ କେନ୍ଦ୍ର ଖୋଲିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଯୋଜନା ରଖିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories