www.samajalive.in
Saturday, December 6, 2025
15.1 C
Bhubaneswar

ସାମାଜିକ ସମୀକ୍ଷା ବିଭାଗ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ହରଭଙ୍ଗା : ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଅନ୍ତର୍ଗତ କେଳାକଟାର ବୃନ୍ଦାବନସ୍ଥିତ ପର୍ଯ୍ୟବେକ୍ଷଣ ଗୃହ ଏବଂ ସ୍ୱତନ୍ତ୍ର ଗୃହଠାରେ ସାମାଜିକ ସମୀକ୍ଷା ବିଭାଗ ଜିଲ୍ଲାପରିଷଦ ବୌଦ୍ଧ ଆନୁକୂଲ୍ୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସମୀକ୍ଷକ ପ୍ରବୀର କୁମାର ମେହେର,ମଥୁରା ସରପଂଚ ପ୍ରଦୀପ କୁମାର କହଁର ଶିଶୁ ମଙ୍ଗଳ ଅଧିକାରୀ ଧନଞ୍ଜୟ ଖମାରୀ,ବ୍ଲକ ସାମାଜିକ ସମୀକ୍ଷକ ବଂଶିଧର ମେହେର,ଗ୍ରାମରୋଜଗାରସେବକ ଅଶୋକ କୁମାର ସାହୁ, ଯୋଗାଣ ସହାୟକ,ମାନବସମ୍ବଳକର୍ମୀ, ସ୍ୱତନ୍ତ୍ର ଗୃହର କାର୍ଯ୍ୟକର୍ତାଙ୍କ ମିଳିତ ସହଯୋଗରେ ବିଭିନ୍ନ ପ୍ରଜାତିର ଫଳ ବୃକ୍ଷ ରୋପଣ କରାଯାଇଥିଲା। ଆଗାମୀ ଦିନରେ କିଭଳି ସମସ୍ତେ ପରିବେଶ ସୁରକ୍ଷା ନେଇ ଯତ୍ନବାନ ହେବେ ଓ ଅଧିକ ସଂଖ୍ୟାରେ ବୃକ୍ଷରୋପଣ କରିବେ ଏହି ଉଦେସ୍ୟ ରଖି ଏହି ମହତ୍ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories