www.samajalive.in
Saturday, December 6, 2025
15.1 C
Bhubaneswar

କୁଟୁରା ମାଂସ ସହ ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

ବୌଦ୍ଧ : ବୌଦ୍ଧ ବନଖଣ୍ଡ ଅଧିକାରୀ ଡିଏଫଓ ଦେବପ୍ରିୟ କମ୍ପଙ୍କ ନିର୍ଦେଶ କ୍ରମେ ଶ୍ରାବଣ ପୂର୍ଣିମାକୁ ଲକ୍ଷ କରି ଜଙ୍ଗଲରେ ଜନ୍ତୁ ଶିକାର ହେବାର ଅନୁମାନ କରି ଗତକାଲି ରାତିରେ ବୌଦ୍ଧ ବନଖଣ୍ଡର ସମସ୍ତ ରେଞ୍ଜର ସମସ୍ତ ବିଟ ଏରିଆରେ କଡାକଡ଼ି ଭାବେ ରାତି ପାଟ୍ରୋଲିଂ କରାଯାଇଥିଲା। ଏହି ସମୟରେ ଡମରଗଡ଼ ସଂରକ୍ଷିତ ଜଙ୍ଗଲରେ ବାରହା ଶିକାର କରିବା ପାଇଁ ଇଲେକ୍ଟ୍ରି ତାର ବିଛେଇ ଏକ ଦେଶୀ ହାତ ତିଆର ବନ୍ଧୁକ ଧରି ଜଙ୍ଗଲ ଭିତରେ ବସି ଛପି ରହି ଥିବା ସମୟରେ ଦେଶୀ ବନ୍ଧୁକ ସହ ଆସାମୀ ଗୁପ୍ତେଶ୍ୱର ସେଠି (୪୬)କୁ ବନ ବିଭାଗ ଗିରଫ କରିଛି। ଏହି ଚଢ଼ାଉରେ ଏସିଏଫ ଆଶିଷ କଂହର, ବନରକ୍ଷୀ ପ୍ରକାଶ ପ୍ରଧାନ, ମୋବାଇଲ ଟିମ, ଫରେଷ୍ଟ ସ୍କ୍ୱାର୍ଡ ସାମିଲ ଥିଲେ। ସେହିଭଳି କଣ୍ଟାମାଲ ରେଞ୍ଜରେ ମଧ୍ୟ ୧୧କେଜି କୁଟୁରା ମାଂସ ଓ ଛାଲ, ଦୁଇ ଦେଶୀ ହାତ ତିଆର ବନ୍ଧୁକ ଗୋଟିଏ ପିସ୍ତଲକୁ ଲାଖ ପର୍ବତ ଜଙ୍ଗଲରୁ ବନ ବିଭାଗ ଜବତ କରିଛି । ଏହି ଚଢ଼ାଉରେ ଏସିଏଫ କ୍ଷୀରାଦ୍ଧି ପ୍ରଧାନ ଏବଂ କଣ୍ଟାମଲ ରେଞ୍ଜର ସମସ୍ତ ଫରେଷ୍ଟର, ଫରେଷ୍ଟ ଗାର୍ଡ, ସ୍କ୍ୱାର୍ଡ ସାମିଲ ଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories