www.samajalive.in
Saturday, December 6, 2025
26.1 C
Bhubaneswar

ବି.ଡି.ଓଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା 

ହରଭଙ୍ଗା : ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରାଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରା,ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠୀ,ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ,ଏ.ବି.ଡି.ଓ ସୁବାଷ ଯାନୀ,ସହକାରୀ ଯନ୍ତ୍ରୀ ଅର୍ଜ୍ଜୁନ ଗଡନାୟକ ,ପଂଚାୟତ ସରପଂଚ,ପିଇଓ,ଜିଆରଏସ ସମସ୍ତ ବ୍ଲକ କର୍ମଚାରୀ ଯୋଗଦାନ କରିଥିଲେ। ବିଦାୟକାଳୀନ ଉତ୍ସବରେ ବି.ଡି.ଓଙ୍କ ସହିତ ୧୪ମାସ ସମୟ କାଟିଥିବା ଅନୁଭୂତି ଉପରେ ବ୍ଲକ ଅଧ୍ୟକ୍ଷ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ, ଜିଲ୍ଲାପରିଷଦ ସଭ୍ୟ,ସହକର୍ମୀମାନେ ତାଙ୍କର ଉଚ୍ଚପ୍ରଂଶସା କରିବା ସହିତ ତାଙ୍କର ଅନୁଭୁତିକୁ ବଖାଣିଥିଲେ। ସେ ଖାଲି ଜଣେ ପ୍ରଶାସନିକ ଅଧିକାରୀ ନଥିଲେ ସବୁ ଜନସାଧାରଣଙ୍କ ସୁଖଦୁଃଖର ସାଥି ସହିତ ସହକର୍ମୀଙ୍କ ସହିତ ଉତମ ସର୍ମ୍ପକ ରଖି ସରକାରୀ କାର୍ଯ୍ୟ ତୁଳାଉଥିବା ସମସ୍ତେ ମତ ରଖିଥିଲେ। ତାଙ୍କ ଭଳି ଜଣେ ବି.ଡି.ଓଙ୍କ ପାଇଁ ସମସ୍ତେ ବେଶ ଖୁସି ବ୍ୟକ୍ତ କରିଥିଲେ।ଶେଷରେ ବି.ଡି.ଓ ତାଙ୍କ ଅଭିଭାଷଣରେ ଦୀର୍ଘ ୩୯ବର୍ଷର ଚାକିରୀ ଜୀବନ ଅନୁଭୂତି ବାଂଟିଥିଲେ।ଏହା ସହିତ ହରଭଙ୍ଗା ବ୍ଲକ ବିକାଶ କଥା କହିବା ସହିତ ଅନେକ ବିକାଶ ବାକି ରହିଥିବା ସ୍ୱୀକାର କରିଥିଲେ।ସମସ୍ତଙ୍କ ସହଯୋଗରେ ବ୍ଲକର ବିକାଶଧାରା ଆଗକୁ ଯାଇପାରିବ ବୋଲି ମତରଖିଥିଲେ।ସହକର୍ମୀ, ଜନପ୍ରତିନିଧ ମାନଙ୍କ ଦ୍ୱାରା ପୁଷ୍ପଗୁଛ, ଉତରୀୟ ଦେଇ ତାଙ୍କର ସମ୍ବର୍ଦ୍ଦନା କରାଯାଇଥିଲା।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories