www.samajalive.in
Saturday, December 6, 2025
16.1 C
Bhubaneswar

ସାପକାମୁଡାରେ ମହିଳା ଗୁରୁତର

ହରଭଙ୍ଗା : ହରଭଙ୍ଗା ମେଡିକାଲ ସାହିରେ ଶୁକ୍ରବାର ରାତିରେ ଘରେ ଶୋଇଥିବା ସମୟରେ ସାପ କାମୁଡାରେ ମମତା ନାଏକ (୩୭) ନାମକ ଜନୈକ ମହିଳା ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଗତକାଲି ରାତିରେ ହରଭଙ୍ଗା ମେଡିକାଲ ସାହିର ରଞ୍ଜିତ ନାଏକଙ୍କ ପତ୍ନୀ  ମମତା ନାଏକ ଘରେ ଶୋଇଥିବାସମୟରେ ବିଳମ୍ବିତ ରାତ୍ରୀରେ ତାଙ୍କୁ ଏକ ଚିତି ସାପ ଦୁଇଥର ବାମହାତର ଦୁଇଟି ଅଙ୍ଗୁଠିକୁ କାମୁଡିଥିଲା। ବିଛା କାମୁଡିଥିବା ଭାବି ଶୋଇପଡିଥିଲେ , ମାତ୍ର ଆଉଥରେ ଅନ୍ୟ ଏକ ଅଙ୍ଗୁଠିକୁ ସାପ କାମୁଡିଥିଲା। ଆଜି ସକାଳେ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ହରଭଙ୍ଗା ମେଡିକାଲରେ ଭର୍ତୀ କରାଯାଇଥିଲା।ସକାଳୁ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆଠମଲ୍ଲିକ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି। ଆମ୍ବୁଲାନ୍ସ ଗାଡି ଅଭାବରୁ ଏକ ବେସରକାରୀ ଗାଡିରେ ତାଙ୍କୁ ମେଡିକାଲ ନିଆଯାଇଥିବା ଜଣାପଡିଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories