www.samajalive.in
Saturday, December 6, 2025
26.1 C
Bhubaneswar

ସାପ କାମୁଡ଼ାରେ ଜଣେ ମୃତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ସଙ୍କୁଲେଇ ପଞ୍ଚାୟତ ଅନ୍ତର୍ଗତ କମ୍ଭୁନାଥପୁର ସୁଦ ସାହିର ଜୟଦେବ ନାୟକ (୪୦)ଙ୍କ ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟ ହୋଇଛି। ସୂଚନା ଅନୁଯାୟୀ ଗତକାଲି ଜୟଦେବ ଶୋଇଥିବା ଅବସ୍ଥାରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଥିଲା। ଏଥିରେ ଜୟଦେବ ଗୁରୁତର ହେଇଥିଲେ। ତାଙ୍କୁ ପରିବାର ଲୋକେ ରାତି ପ୍ରାୟ ୧୨ଟା ସମୟରେ ପୁରୁଣାକଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଆଜି ସକାଳେ ହରଭଙ୍ଗା ଥାନା ପୁଲିସ ମେଡ଼ିକାଲ ରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଶବ ବ୍ୟବଛେଦ ପାଇଁ ବୌଦ୍ଧ ପଠାଇଥିବା ସୂଚନା ମିଳିଛି। ଏ ସମ୍ପର୍କରେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ରଜତ ମହାନନ୍ଦିଆଙ୍କୁ ପଚାରିବାରୁ ମେଡିକାଲରେ ପହଂଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ।

କୋଟି କୋଟି ଗ୍ରାହକଙ୍କ ପାଇଁ ଖୁସି ସହ ଆଶ୍ୱସ୍ତି ଆଣିଲା ଜିଓ, ବର୍ଷକ ପାଇଁ ଆଣିଲା ସବୁଠାରୁ ଶସ୍ତା ପ୍ଲାନ୍‌

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories