www.samajalive.in
Saturday, December 6, 2025
26.1 C
Bhubaneswar

ମଧ୍ୟପ୍ରାଚ୍ୟରେ ଫେରିବ ଶାନ୍ତି, ଯୁଦ୍ଧ ବନ୍ଦ କଲେ ଇସ୍ରାଏଲ-ଇରାନ

ସମାଜ ଡିଜିଟାଲ ଡେସ୍କ: ୧୨ ଦିନ ପରେ ଯୁଦ୍ଧ ବନ୍ଦ କରିଛନ୍ତି ଇସ୍ରାଏଲ ଏବଂ ଇରାନ। ମଙ୍ଗଳବାର ସକାଳେ ଇରାନ ଇସ୍ରାଏଲ ଉପରେ କିଛି କ୍ଷେପଣାସ୍ତ୍ର ମାଡ଼ କରି ଏହା ଶେ​‌ଷ ଆକ୍ରମଣ ବୋଲି କହିଛି। ଇସ୍ରାଏଲ ବି ଅସ୍ତ୍ର ବିରତି ପାଇଁ ସହମତ ହେବା ପରେ ଦୁଇ ଦେଶ ମଧ୍ୟରେ ଲାଗିଥିବା ଯୁଦ୍ଧର ଅବସାନ ଘଟିଛି। ଫଳରେ ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରିବା ସମ୍ଭାବନା ଉଜ୍ଜ୍ବଳ ହୋଇଛି।

ସୋମବାର ରାତିରେ ଇରାନ ଆମେରିକାର ସୈନ୍ୟ ଘାଟି ଉପରେ ଜୋରଦାର ଆକ୍ରମଣ କରିଥିଲା। କାତାରସ୍ଥିତ ଆମେରିକା ସୈନ୍ୟ ବିମାନ ଘାଟିରେ ଇରାନ ପକ୍ଷରୁ ୬ଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଆମେରିକା ଇରାନର ପରମାଣୁ ଘାଟି ଉପରେ ଆକ୍ରମଣ କରାଯିବା ଜବାବରେ ଇରାନ ଆକ୍ରମଣ କରିଥିଲା। ଏହା ପରେ ମଙ୍ଗଳବାର ସକାଳେ ଟ୍ରମ୍ପ ସମ୍ପୂର୍ଣ୍ଣ ଯୁଦ୍ଧବିରତି ଘୋଷଣା କରିଥିଲେ। ଏହା ସହିତ ଇସ୍ରାଏଲ-ଇରାନ ମଧ୍ୟ ଶାନ୍ତି ଚାହୁଁଛନ୍ତି ଏବଂ ଯୁଦ୍ଧ ବିରତି ପାଇଁ ଆଗ୍ରହୀ ଥିବା କହିଥିଲେ। ୨୪ ଘଣ୍ଟା ମଧ୍ୟରେ ଯୁଦ୍ଧ ବନ୍ଦ ହେବ ବୋଲି ଟ୍ରମ୍ପ ଘୋଷଣା କରିଥିଲେ। ଏହା ପରେ ଇସ୍ରାଏଲ ଯଦିଓ ଟ୍ରମ୍ପଙ୍କ ଘୋଷଣାକୁ ପ୍ରତ୍ୟାଖ୍ୟାନ କରିଥିଲା, କିନ୍ତୁ ସର୍ତ୍ତମୂଳକ ଭାବେ ଇସ୍ରାଏଲ ପ୍ରଥମେ ଆକ୍ରମଣ ବନ୍ଦ କଲେ ଇରାନ ପ୍ରତିଆକ୍ରମଣ ବନ୍ଦ କରିବ ବୋଲି କହିଥିଲା। ତଦନୁଯାୟୀ, ଇରାନର ସ୍ଥାନୀୟ ସମୟ ସକାଳ ୭ଟାରେ ଶେଷ ଆକ୍ରମଣ ସ୍ଵରୂପ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏହା ପରେ ଇସ୍ରାଏଲ ଆକ୍ରମଣ ବନ୍ଦ ରଖି ସାରା ଦେଶରେ ଜାରି କରିଥିବା ହାଇଆଲର୍ଟ ନିର୍ଦେଶ ପ୍ରତ୍ୟାହାର କରିଥିଲା।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories