www.samajalive.in
Saturday, December 6, 2025
26.1 C
Bhubaneswar

ହରଭଙ୍ଗା ବ୍ଲକ ସାମ୍ବାଦିକ ସଙ୍ଘ ବନ୍ଧୁ ମିଳନ

ହରଭଙ୍ଗା : ହରଭଙ୍ଗା ବ୍ଲକ ସାମ୍ବାଦିକ ସଙ୍ଘର ବନ୍ଧୁ ମିଳନ କାର୍ଯ୍ୟକ୍ରମ ବିରନରସିଂହପୁର ଜଳସେଚନ ବଙ୍ଗଳା ପ୍ରାଙ୍ଗଣରେ ସଭାପତି ନରେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ସଙ୍ଘ ପକ୍ଷରୁ ବିଭିନ୍ନ ଗଠନ ମୂଳକ କାର୍ଯ୍ୟକ୍ରମ ପାଇଁ ବୈଠକରେ ପଙ୍ଖାନୁପଙ୍ଖ ଆଲୋଚନା ହୋଇଥିଲା । ଏଥିରେ ସଙ୍ଘର କର୍ମକର୍ତ୍ତାମାନେ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଆଗାମୀ ଦିନରେ ଏହାକୁ ନେଇ ଏକ ଖସଡ଼ା ପ୍ରସ୍ତୁତ କରାଯାଇଛି । ଏହି କାର୍ଯ୍ୟପନ୍ଥା ଅନୁସାରେ ଆଗକୁ କାର୍ଯ୍ୟକ୍ରମ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା । ଆଜିର ବୈଠକରେ ସଙ୍ଘର ପରାମର୍ଶଦାତା ସୁରେନ କୁମାର ପ୍ରଧାନ, ରତ୍ନାକର ବେହେରା, ଉପସଭାପତି ପ୍ରୀତି ରଞ୍ଜନ ଦାସ,ସମ୍ପାଦକ ତୁଷାରକାନ୍ତ ସାହୁ, କୋଷାଧ୍ୟକ୍ଷ ସଚିନ୍ଦ୍ର ସାହୁ,ଅଜିତ କୁମାର ବାରିକ, ଦୁର୍ୟୋଧନ ବିଶି, ସୌମ୍ୟ ରଞ୍ଜନ ସାହୁ, ଜୟନ୍ତ କୁମାର ମାଝୀ, ଶ୍ରୀନିବାସ ସାହୁ, ଦୀପକ ଅଦର, ମାନସ ମହାରଥା, ଦୀପକ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ତୁଷାରକାନ୍ତ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories