www.samajalive.in
Monday, December 8, 2025
13.1 C
Bhubaneswar

ଖରାପ ରାସ୍ତା ଯୋଗୁଁ ପଂହଚି ପାରିଲାନି ଆମ୍ବୁଲାନ୍ସ, ଆଖି ବୁଜିଲା ନବଜାତକ

ହରଭଙ୍ଗା: ସରକାରଙ୍କ ସବୁ ବିକାଶ ଯୋଜନା ପରେ ବି ଗାଁ ମାଟି ରାସ୍ତାର ଚିତ୍ର ବଦଳୁ ନାହିଁ। ବର୍ଷା ଦିନେ ଗାଁ ରାସ୍ତାର ଏଭଳି ଅବସ୍ଥା ସରକାରଙ୍କ ‘ଆମ ଗାଁ ଆମ ବିକାଶ’ ଯୋଜନାର ଅସଲ ଚେହେରା ପଦାରେ ପକାଇଛି। ଏଭଳି ଏକ ଲଜ୍ଜାଜନକ ଚିତ୍ର ଗତ ସୋମବାର ରାତିରେ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଂଚାୟତର କୋଇଲିସୂତା ଗ୍ରାମରେ ଦେଖିବାକୁ ମିଳିଛି।

ଗାଁ ରାସ୍ତା ଖରାପ କାରଣରୁ ଆମ୍ବୁଲାନ୍ସଟି ଘର ପାଖରେ ପଂହଚି ପାରିନଥିଲା। ଯାହା ଫଳରେ ଜଣେ ଆସନ୍ନ ପ୍ରସବା ମହିଳାଙ୍କୁ ମେଡିକାଲ ନେବାରେ ବିଳମ୍ବ ଘଟିଥିଲା ବୋଲି ଅଭିଯୋଗ ଉଠିଛି। ଶେଷରେ ଆମ୍ବୁଲାନ୍ସରେ ମହିଳା ନବଜାତକକୁ ଜନ୍ମଦେବା ପରେ ଶିଶୁଟିର ମୃତ୍ୟୂ ଘଟିଥିବା ଭଳି ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି।

- Advertisement -

ସୂଚନା ଅନୁସାରେ କୋଇଲିସୂତା ଗ୍ରାମର ସୋନୁ ସନ୍ତୋଷ ଗିରିଙ୍କ ଆସନ୍ନ ପ୍ରସବ ପନ୍ତ୍ରୀଙ୍କୁ ମେଡିକାଲ ନେବାପାଇଁ ଗତ ସୋମବାର ବିଳମ୍ବିତ ରାତ୍ରିରେ ଆମ୍ବୁଲାନ୍ସ ଡକାଇଥିଲେ। ଗାଁ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସଟି ଘର ପାଖରେ ପଂହଚି ପାରିନଥିଲା। ଫଳରେ ଏକ ଅଟୋ ଯୋଗାଡ କରି ମହିଳାଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯାଇଥିଲା। ମାତ୍ର ସେତେବେଳକୁ ୨ଘଂଟା ବିଳମ୍ବ ଘଟିଥିଲା। ଯାହା ଫଳରେ ମହିଳାଙ୍କୁ ମେଡିକାଲ ପଂହଚାଇବାରେ ବିଳମ୍ବ ହୋଇଥିଲା। ଶେଷରେ ମେଡିକାଲ ନେବା ରାସ୍ତାରେ ହିଁ ମହିଳାଜଣଙ୍କ ଆମ୍ବୁଲାନ୍ସରେ ଏକ ନବଜାତ ଶିଶୁକୁ ଜନ୍ମ ଦେଇଥିଲେ। ମେଡିକାଲ ପଂହଚିଲା ବେଳକୁ ନବଜାତ ଶିଶୁଟିର ମୃତ୍ୟୂ ଘଟିଥିଲା। ଏଭଳି ଘଟଣା ସୋନୁ ସନ୍ତୋଷଙ୍କ ପରିବାରକୁ ମର୍ମାହତ କରିଛି।

ରାସ୍ତା ଖରାପ କାରଣରୁ ଡାକ୍ତରଖାନା ପଂହଚିବାରେ ବିଳମ୍ବ ଯୋଗୁଁ ଏଭଳି ଘଟଣା ଘଟିଲା ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏହି ଘଟଣା ଜଣାପଡିବା ପରେ ବୁଧୁବାର ଅପରାହ୍ନ ୫ଟାବେଳେ ହରଭଙ୍ଗା ବିଡିଓ ନୀଳକ୍‍ଣ୍ଠ ବେହେରା ଏବଂ ଯନ୍ତ୍ରୀ ଦେବାଶିଷ ନାୟକ ଘଟଣାସ୍ଥଳରେ ପଂହଚି ରାସ୍ତା ଅବସ୍ଥା ଅନୁଧ୍ୟାନ କରିଛନ୍ତି। ରାସ୍ତା ଠିକ ଥିବା ବିଡିଓ କହିଛନ୍ତି। ମାତ୍ର ଆମ୍ବୁଲାନ୍ସ ଡ୍ରାଇଭର କାହିଁକି ନେବାରେ ବିଳମ୍ବ କଲା ସେକଥା ଜଣା ପଡିନାହିଁ। ଅନ୍ୟପଟେ ସ୍ଥାନୀୟ ସଂରପଚ ନରେଶ କୁମାର ସେଠୀ ରାସ୍ତା ଖରାପ କଥାକୁ ଅସ୍ୱୀକାର କରିବା ସହିତ ଆମ୍ବୁଲାନ୍ସ ଡ୍ରାଇଭରର ଅବହେଳା ବୋଲି ଓଲଟା ଅଭିଯୋଗ ଆଣିଛନ୍ତି। ଏଭଳି ଘଟଣା ଉପରେ ପଙ୍ଖାନୁପଙ୍ଖ ତଦନ୍ତ କରାଯିବାକୁ ଦାବୀ ହେଉଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories