www.samajalive.in
Saturday, December 13, 2025
26.1 C
Bhubaneswar

ହରଭଙ୍ଗା ଠାରୁ ଧଳପୁର ପର୍ଯ୍ୟନ୍ତ ଉଚ୍ଚ ରାସ୍ତା ନିର୍ମାଣ ଦାବୀ

ହରଭଙ୍ଗା: ବହୁପ୍ରତୀକ୍ଷିତ ଧଳପୁର-ଆଠମଲ୍ଲିକ ମହାନଦୀସେତୁ ନିର୍ମାଣକାର୍ଯ୍ୟ ଶେଷ ପର୍ଯ୍ୟାୟରେ ପଂହଚିଛି। ଆଉ କିଛିଦିନ ପରେ ଉକ୍ତ ସେତୁର ଶୁଭ ଉଦଘାଟନ କରାଯିବ ବୋଲି ସୂଚନା ମିଳିଛି। ମାତ୍ର ସେତୁକୁ ସଂଯୋଗ କରୁଥିବା ହରଭଙ୍ଗା ଠାରୁ ଧଳପୁର ପର୍ଯ୍ୟନ୍ତ ଦୀର୍ଘ ୧୯ କିଲୋମିଟର ରାସ୍ତା ପ୍ରତିବର୍ଷ ମହାନଦୀ ବନ୍ୟାରେ ପ୍ରଭାବିତ ହେଉଛି। ବହୁ ସ୍ଥାନରେ ରାସ୍ତା ଉପରେ ବନ୍ୟାଜଳ ଅଟକି ରହୁଥିବାରୁ ବିଶେଷତଃ ବର୍ଷାଦିନେ ଏହି ରାସ୍ତାରେ ଯୋଗାଯୋଗ ବିଛିନ୍ନ ହୋଇପଡୁଛି। ଧଳପୁର-ଆଠମଲ୍ଲିକ ସେତୁକାର୍ଯ୍ୟ ସମ୍ପର୍ଣ୍ଣ ପରେ ହରଭଙ୍ଗା-ଧଳପୁର ରାସ୍ତାଉପରେ ଗମନାଗମନ ବୃଦ୍ଧି ପାଇବ।ଏହାକୁ ଦୃଷ୍ଟିରେ ରଖି ହରଭଙ୍ଗା ଠାରୁ ଧଳପୁର ପର୍ଯ୍ୟନ୍ତ ହାଏଲେବଲ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ସାଧାରଣରେ ଦାବୀ ଉଠୁଛି। ଏହା ସହିତ ମହାନଦୀ ତଟ ସୁରକ୍ଷା ପାଇଁ ହରଭଙ୍ଗା ଠାରୁ ଧଳପୁର ପର୍ଯ୍ୟନ୍ତ ଆଡିବନ୍ଧ ନିର୍ମାଣ କରାଯିବାକୁ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories