ରାଣୀ ଲକ୍ଷ୍ମୀବାଈ ଆତ୍ମା ସୁରକ୍ଷା ତାଲିମ ଶିବିର

ହରଭଙ୍ଗା :ସମଗ୍ର ଶିକ୍ଷା ବୌଦ୍ଧ ଆନୁକୂଲ୍ୟରେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ଚାରିଛକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବିଦ୍ୟାଳୟ ଛାତ୍ରୀ ମାନଙ୍କର ‘ରାଣୀ ଲକ୍ଷ୍ମୀବାଈ ଆତ୍ମ ସୁରକ୍ଷା ତାଲିମ’ ଶିବିର ଆରମ୍ଭ ହୋଇଛି । ଏହି ତାଲିମ ଶିବିରକୁ ବିଦ୍ୟାଳୟ ପ୍ରଧାନଶିକ୍ଷକ ନିର୍ମଳ କୁମାର ରଣା ଉଦଘାଟନ କରିଥିବା ବେଳେ, ହାଇସ୍କୁଲର ବରିଷ୍ଠ ଶିକ୍ଷକ ଶ୍ରୀଧର ପ୍ରଧାନ, ବାଣୀଭୂଷଣପୁର ସିଆରସିସି ହରମୋହନ ଦନାୟକ ସଂମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ।

ବିଦ୍ୟାଳୟ ଶିକ୍ଷା ସହ ବାଳିକାମାନଙ୍କ ଆତ୍ମରକ୍ଷା, ଦୃଢ଼ ମନୋବଳ ବୃଦ୍ଧି ଏବଂ ନିଜର ଆତ୍ମସମ୍ମାନ ରକ୍ଷା ପାଇଁ ପ୍ରତିକୂଳ ପରିସ୍ଥିତିକୁ କିପରି ସାମ୍ନା କରିବାକୁ ହେବ ସେ ସମ୍ପର୍କରେ ଆଲୋଚନା କରାଯିବା ସହ ତାଲିମ ପ୍ରଦାନ କରାଯାଇଥିଲା। ତାଲିମ ଶିବିରରେ ମୁଖ୍ୟ ତାଲିମ ଦାତା ଭାବେ ଶିକ୍ଷୟତ୍ରୀ ସରିତା ବିଶୋଇ ଏବଂ ଶୁଭଶ୍ରୀ ବରାଳ ଯୋଗ ଦେଇଥିଲେ। ଏହି ଶିବିରରେ ୫୫ ଜଣ ଛାତ୍ରୀ ଭାଗ ନେଉଥିବା ବେଳେ ଏହି ତାଲିମ ଆସନ୍ତା ପାଞ୍ଚ ଦିନ ଧରି ଚାଲିବ।

Comments are closed.