www.samajalive.in
Friday, December 12, 2025
15.1 C
Bhubaneswar

ଶିଶୁ ମହୋତ୍ସବ ପତାଙ୍ଗୀ: ସାଂସ୍କୃତିକ କାର୍ଯ୍ୟକ୍ରମ ସାଜିଲା ମୁଖ୍ୟ ଆକର୍ଷଣ

ବୌଦ୍ଧ : ଶିଶୁ ମହୋତ୍ସବ ପତାଙ୍ଗୀ ୨୦୨୩ ବାଉଁସୁଣୀ ୱାଇସିଡିଏ ପ୍ରାଙ୍ଗଣରେ ମହାସମାରୋହରେ ପାଳିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ୨୫୦ ଜଣ ଶିଶୁ ତଥା କୈଶୋରୀ କୈଶୋର ଏକତ୍ରିତ ହୋଇଥିବାର ଦେଖିବାକୁ ମିଳିଥିଲା। ବୌଦ୍ଧ ବ୍ଲକ ତଥା ହରଭଂଗା ବ୍ଲକ ୭ ଗୋଟି ପଂଚାୟତ ରୁ ଉକ୍ତ ଶିଶୁମାନେ ଏକତ୍ରିତ ହେଲେ। ଉକ୍ତ କାର୍ୟ୍ୟକ୍ରମରେ ବିଭିନ୍ନ ସାସ୍କୃତିକ କାର୍ୟ୍ୟକ୍ରମ ସହ ଅଂଶ ଗ୍ରହଣ କରି ନାଚଗୀତର ମଜା ନେଇଥିଲେ।

ଏହାସହ ୩ ଟି ଟେକନିକାଲ ସେସନ ବି ଆୟୋଜନ କରାଯାଇଥିଲା ଯଥା ଏକ ବଂଶ ଶତାବ୍ଦୀ ର ଶିଶୁ ମାନଙ୍କର ଭବିଷ୍ୟତ ନିର୍ଦ୍ଧାରଣ ଓ ଧନ୍ଦାମୂଳକ ଶିକ୍ଷାର ଆଵଶ୍ୟକତା ଉପରେ ଡ଼ିସିପିଓ ରାହୁଲ ପ୍ରଧାନ ଏବଂ ସୁରଥ ମିଶ୍ର ସମାଜ ସେବୀ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ। ଶିଶୁମାନେ କିପରି ସେମାଙ୍କର ପାଠ୍ୟକ୍ରମ ଚୟନ କରିପାରିବେ ଯାହା ସେମାନଙ୍କୁ ଏକ ସ୍ଥାୟୀ ରୋଜଗାର ଦେବ ଓ ଦେଶ ଆଵଶ୍ୟକତା କରୁଥିବା ସମସ୍ତ ଭାରତ ଓ ଆତ୍ମନିର୍ଭର ଶିଳ ଭାରତ ପାଇଁ ଶିଶୁମାନେ କିପରି ନିଜକୁ ପ୍ରସ୍ତୁତି କରିପାରିବେ ତା ଉପରେ ଆଲୋକ ପାତ କରିଥିଲେ। ଦ୍ବିତୀୟ ଟେକନିକାଲ ସେସନ ଥିଲା ଯେ ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ କିଶୋରୀ କିଶୋର ମାନେ କିପରି ଭୋଟର ମାନଙ୍କୁ ପ୍ରୋତ୍ସାହିତ କରିପାରିବେ ଏବଂ ନିଜର ପରିବାର କିପରି ସମାଜର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତଙ୍କୁ ସଚେତନତା କରିବାରେ ସହଯୋଗ କରିବେ ସେ ବିଷୟ ରେ ଆଲୋଚନା କରିଥିଲେ। ଉକ୍ତ କାର୍ୟ୍ୟକ୍ରମକୁ ବୌଦ୍ଧ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ ପାଣି ଉଡୁ ଓ ରେଡ କ୍ରଶ ବୌଦ୍ଧ ସମ୍ପାଦକ ପ୍ରବୀର ଦାସ ସମସ୍ତଙ୍କୁ ଉଦ୍ ବୋଧନ ଦେଇଥିଲେ ଓ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।

- Advertisement -

କାର୍ଯ୍ୟକ୍ରମର ଉଜ୍ଜାପନୀ ସମାରୋହରେ ଜିଲ୍ଲାପାଳ ବୌଦ୍ଧ ନୃସିଂହ ଚରଣ ସ୍ୱାଇଁ, ଏସ୍ପି ରାଜ ପ୍ରସା, ଶିକ୍ଷାଧିକାରୀ ଗେନ୍ଦେରା କୁକୁର, ବାଉଁସୁଣୀ କଲେଜ ଅଧକ୍ଷ ମାନଭଞ୍ଜନ ତ୍ରିପାଠୀ, ୱାଇସିଡିଏ ସମ୍ପାଦକ ରାଜେନ୍ଦ୍ର ମେହେର, ୱାଇସିଡିଏ ସଭାପତି ସନ୍ଧ୍ୟାରାଣୀ ପଟ୍ଟାନାୟକ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ଓ ଶିଶୁମାନଙ୍କୁ ଦେଶର ଭବିଷ୍ୟତ ଓ ପରବର୍ତ୍ତି ପିଢ଼ିର ନାଗରିକ ଭାବେ କିପରି ସେମାନଙ୍କୁ ତିଆରି କରାଯାଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ।

କାର୍ୟ୍ୟକ୍ରମରେ ସ୍ଥାନିତ ଶିଶୁ ମନ୍ଦିର ଶିଶୁ ମାନେ ଓ ମିଶନ ପବ୍ଲିକ ସ୍କୁଲ ର ପିଲାମାନେ ସାସ୍କୃତିକ କାର୍ୟ୍ୟକ୍ରମ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମକୁ ୱାଇସିଡିଏର ପ୍ରୋଜେକଟ ନିର୍ଦେଶକ ଅରୁଣ ପ୍ରଧାନ ପରିଚାଳନ କରିବା ସହ ରୂପମ ମହାପାତ୍ର, ସାମୁକା ପାତ୍ର , ଗିରିଶ ମେହେର, ସୁଭ୍ରତା ଜେନା ଓ ଅନ୍ୟ କର୍ମକର୍ତା କାର୍ଯ୍ୟକର୍ମକୁ ସଫଳ କରିବାରେ ସହଯୋଗ କରିଥିଲେ। କାର୍ୟ୍ୟକ୍ରମକୁ ୱାଇସିଡିଏ ର ପୂର୍ବତନ ଉପସଭାପତି ସଦାନନ୍ଦ ମିଶ୍ର ଏବଂ ଅଇଁଠୁ ମଲ୍ଲିକ ଉଦଘାଟନ କରିବା ସହ ଭାଗନେଇଥିବା କିଶୋର କିଶୋରୀ ଉଦଯାପନ କରିଥିଲେ ଶେଷ ରେ ୱାଇସିଡିଏ ର ଆନନ୍ଦିନୀ ରଥ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ କାର୍ୟ୍ୟକ୍ରମ କୁ ପରିସମାପ୍ତି କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories