www.samajalive.in
Saturday, December 6, 2025
19.1 C
Bhubaneswar

ମହାନଦୀରେ ବନ୍ୟା: ହରଭଙ୍ଗା-ଧଳପୁର ଜଗନ୍ନାଥ ସଡକରେ ଯୋଗାଯୋଗ ବିଛିନ୍ନ

ହରଭଙ୍ଗା: ଲଘୁଚାପ ପ୍ରଭାବରେ ଦୁଇଦିନଧରି ଉପରମୁଣ୍ଡରେ ଅବିସ୍ରାନ୍ତ ବର୍ଷା ଫଳରେ ମହାନଦୀରେ ବନ‎‎‎‎‎‎‎‎‎‎‎‎୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ତେଲନଦୀରେ ବନ୍ୟା ଯୋଗୁଁ ମହାନଦୀରେ ବନ୍ୟାଜଳ ବୃଦ୍ଧି ପାଇବା ସହିତ ବୌଦ୍ଧଜିଲ୍ଲାର ତଳମୁଣ୍ଡରେ ସାମ୍ଭାବ୍ୟ ବନ୍ୟା ଆଶଙ୍କା ଦେଖାଦେଇଛି। ଫଳରେ ହରଭଙ୍ଗା ତହସିଲର ୫୫ଟି ବନ୍ୟାପ୍ରଭାବିତ ନଦୀକୂଳିଆ ଗ୍ରାମଗୁଡିକରେ ସାମ୍ଭାବ୍ୟ ବନ୍ୟା ଆଶଙ୍କା ଦେଖାଦେଇଛି। ବୁଧୁବାର ସକାଳ ଠାରୁ ମହାନଦୀରେ ବନ୍ୟାଜଳ ବୃଦ୍ଧି ପାଇବା ସହିତ ଗୁରୁବାର ସକାଳ ସୁଦ୍ଧା ହରଭଙ୍ଗା -‎ଧଳପୁର ଜଗନ୍ନାଥ ସଡକର ବହୁସ୍ଥାନରେ ବନ୍ୟାପାଣି ଯୋଗୁଁ ଏହି ରାସ୍ତାରେ ଯୋଗାଯୋଗ ବିଛିନ୍ନ ହୋଇଛି। ଜଗନ୍ନାଥ ସଡକର ଧଳପୁର ବ୍ରିଜ ,କୁଶାସିଙ୍ଗା ,ସଦଲଗଣ୍ଡା,ଭେଜିଗୁଡା,ଡିଆଁଘାଟ ନାଳଉପରେ ବନ୍ୟାଜଳ ପ୍ରଭାବିତ ହୋଇଥିବାରୁ ଖଣ୍ଡୀଧଳପୁର,ପାଣିଘରା,କୋଡାଶିଙ୍ଗା,ହାଟଗାଁ ପାଣିଘେରରେ ରହିଛି।ଉଦଣ୍ଡୀ ନାଳରେ ବନ୍ୟା ପାଣି ଯୋଗୁଁ କୁଶଙ୍ଗ ପଂଚାୟତର ଅପହଂଚ ଇଲାକାରେ ଅବସ୍ଥିତ ଆଦିବାସୀ ବହୁଳ ମାରଡା ଏବଂ କୁତୁରୀ ଗ୍ରାମର ୬୨ ପରିବାର ଦୁଇଦିନହେଲା ପାଣିଘେରରେ ଭୋକ ଉପାସରେ ରହିଛନ୍ତି।ସେହିପରି ଜଗନ୍ନାଥ ସଡକ ଉପରେ ରହିଥିବା ହରଭଙ୍ଗା, ସୁରୁଣ୍ଡି, ଭେଜିଗୁଡା, ମଲ୍ଲିକପଡା, ସଦଲଗଣ୍ଡା ରାସ୍ତାର ଡିଆଁଘାଟ, ଭେଜିଗୁଡା ପୋଲ ଉପରେ ବର୍ତ୍ତମାନ ବନ୍ୟାପାଣି ଚାଲୁଥିବା ଜଣାପଡିଛି। ମହାନଦୀର ବନ୍ୟାଜଳରେ ତହସିଲର ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ସହିତ ଧାନଗଛସବୁ ବନ୍ୟା ପାଣିରେ ବୁଡି ପଚିସଢି ସେଗୁଡିକ ନଷ୍ଟ ହେବାକୁ ବସିଛି।ମହାନଦୀରେ ସାମ୍ଭାବ୍ୟ‎ ବନ୍ୟା ପରିସ୍ଥିତ ଦୃଷ୍ଟିରେ ରଖି ଆଜି ସକାଳେ ତହସିଲଦାର ହରିଓମ ଭୋଇ ବନ୍ୟାପ୍ରଭାବିତ ଅଂଚଳ ପରିଦର୍ଶନ କରିଥିବା ଜଣାପଡିଛି। ଏଭଳି ସ୍ଥିତିରେ ବର୍ଷା ଯୋଗୁଁ ଲୋକେ ତିନିଦିନହେଲା ଘରୁ ବାହାରି ନପାରି ଭୋକଉପାସରେ ଦିନକାଟୁଥିବା ଜଣାପଡିଛି। ତୁରନ୍ତ ପ୍ରଭାବିତ ଅଞ୍ଚଳରେ ରିଲିଫ ବଂଟନ କରାଯିବାକୁ ସାଧାରଣରେ ଦାବୀ ଉଠୁଛି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories