www.samajalive.in
Monday, December 8, 2025
27.1 C
Bhubaneswar

ମହାନଦୀରେ ବନ୍ୟା: ଘୋଡାବର-ହୁଳୁହୁଳା ପୋଲ ଉପରେ ୪ଫୁଟର ବନ୍ୟା ଜଳ ପ୍ରଭାହିତ

ବାଙ୍କୀ:ଲଘୁଚାପ ଜନିତ ବର୍ଷା ପ୍ରଭାବରେ ମହାନଦୀରେ ବନ୍ୟାଜଳ ଆସି ବାଙ୍କୀ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଜଳ ସମ୍ପଦ ବିଭାଗର ସୂଚନାକ୍ରମରେ ଗୁରୁବାର ଦିନ ସକାଳେ ମହାନଦୀର ମୁଣ୍ଡଳୀ ଠାରେ ୭ଲକ୍ଷ ୨୦ହଜାର କ୍ୟୁସେଟ୍ ଜଳ ପ୍ରଭାବିତ ହେଉଥିଲା ବେଳେ ବାଙ୍କୀ ଠାରେ ଜଳସ୍ତର ୭.୨୫ମିଟର ରହିଛି। କ୍ରମଶଃ ମହାନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ଦେଖାଦେଇଛି। ସୂଚନାଯୋଗ୍ୟ ଯେ ବାଙ୍କୀଠାରେ ମହାନଦୀର ବିପଦ ସଂକେତ ୭.୭୮ ମିଟର ଥିବା ବେଳେ ବର୍ତ୍ତମାନ ବିପଦ ସଂକେତ ତଳେ ବନ୍ୟାଜଳ ପ୍ରଭାବିତ ହେଉଛି। ପ୍ରଭାବରେ ସୁବର୍ଣ୍ଣପୁର ପଞ୍ଚାୟତ ଅନ୍ତର୍ଗତ ଘୋଡାବର ହୁଳୁହୁଳା ପୋଲ ଉପରେ ୪ଫୁଟର ବନ୍ୟାଜଳ ଚାଲୁଥିବା ଯୋଗୁ ପ୍ରାୟ ୫ଗୋଟି ପଞ୍ଚାୟତର ହଜାର ହଜାର ହେକ୍ଟର କୃଷି କ୍ଷେତ୍ରରେ ପାଣି ପଶି ପନିପରିବା ଫସସଲ ଠାରୁ ଆରମ୍ଭ କରି ଖରିଫ ଧାନ ଫସଲ ବୁଡି ନଷ୍ଟ ହୋଇଛି। ଧାର କରଜ କରି ଚାଷରେ ଅଣ୍ଟା ଭିଡୁଥିବା ଚାଷୀ ବନ୍ୟାଜଳ ପ୍ରଭାବରେ ଆଶଙ୍କା ପ୍ରକାଶ କରିଛି। ସେହିପରି ପୋଲି ଉପରେ ୫ଫୁଟର ପାଣିଥିବା ହେତୁ ସୁବର୍ଣ୍ଣପୁର-ବିନ୍ଧାଣିମା ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଘୋଡାବର,ସୁବର୍ଣ୍ଣପୁର,ବନ୍ଦାଳ,ବାଉଁଶପୁଟ ପଞ୍ଚାୟତ ସହିତ ତିଗିରିଆ ଅଂଚଳର କେତେକ ପଞ୍ଚାୟତ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଦୀର୍ଘଦିନ ଧରି ପୋଲଟିକୁ ଉଚ୍ଚା କରିବା ପାଇଁ ଦାବି କରାଯାଉଥିଲେ ମଧ୍ୟ ପ୍ରଶାସନିକ ଅଣଦେଖା ଅସନ୍ତୋଷର ଦାନା ବାନ୍ଧୁଥିବା ସମ୍ପର୍କରେ ସ୍ଥାନୀୟ ଅଂଚଳର ଲୋକମାନେ କହିଛନ୍ତି।
ବାଙ୍କୀ ବିଡିଓ ପ୍ରଭାତ କୁମାର ସାହୁ ହୁଳୁହୁଳା ପୋଲ ପରିଦର୍ଶନରେ ଆସି ସ୍ଥାନୀୟ ସରପଞ୍ଚ ତରୁଣ କୁମାର ମହାପାତ୍ରଙ୍କ ସହ ବନ୍ୟା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଯଥାଶୀଘ୍ର ଲୋକମାନଙ୍କର ଯୋଗାଯୋଗର ସୁବିଧା ଦୃଷ୍ଟିରୁ ହୁଳୁହୁଳା ପୋଲ ଠାରେ ଏକ ମୋଟର ଚାଳିତ ଡଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ପଠାଯିବ ବୋଲି ସୂଚନା ଦେଇଛନ୍ତି। ସେହିପରି ବନ୍ୟାଜଳ ପ୍ରଭାବରେ ସୁବର୍ଣ୍ଣପୁର-ଆନନ୍ଦପୁର ରାସ୍ତା ଉପରେ ୨ଫୁଟ ବନ୍ୟାଜଳ ଥିବା ହେତୁ ସୁବର୍ଣ୍ଣପୁର ଓ ଓସ୍ତିଆ ଗ୍ରାମପଞ୍ଚାୟତ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହେବା ସହିତ ୨ ପଞ୍ଚାୟତର ଶହ ଶହ ହେକ୍ଟର କୃଷି କ୍ଷେତ୍ର ପାଣି ଘେରରେ ବୁଡି ରହିଛି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories