www.samajalive.in
Wednesday, December 10, 2025
18.1 C
Bhubaneswar

ସମ୍ବଲପୁର-ଝାରସୁଗୁଡା ଏବଂ ବାସୁପାଲି-ବଡମାଲ ରାସ୍ତା ଉପରେ ଜଳ ସ୍ରୋତ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍‍ ଅଞ୍ଚଳରେ ଗତ ୨୫ ତାରିଖରୁ ଲଗାଣ ବର୍ଷା ଜାରି ରହିଛି। ଫଳରେ ବ୍ଳକ୍‍ ସୀମାନ୍ତରେ ପ୍ରବାହିତ ଭେଡେନ ନଦୀ କୂଳ ଲଙ୍ଘି ବନ୍ୟା ଆଶଙ୍କା ସୃଷ୍ଟି କରିଛି। ୨୬ ତାରିଖ ଦିନ ୮୨.୬ ମିଲିମିଟର ଏବଂ ୨୭ ତାରିଖ ଦିନ ୧୭୧.୮ମି.ମି ବର୍ଷା ହୋଇଥିବା ବ୍ଳକ୍‍ ପାଣିପାଗ ସୂଚନା କେନ୍ଦ୍ର ରୁ ପ୍ରକାଶ। ମୂଷଳଧାରା ରେ ଲଗାଣ ବର୍ଷା ଯୋଗୁଁ ଭେଡେନ. ନଦୀ ର ଦୁଇ କୂଳ ଖାଇ ପାଣି ଖାଳୁଆ ଅଞ୍ଚଳକୁ ପଶି ଚାଷ ଜମି ଜଳାର୍ଣ୍ଣବ ହେବା ସହିତ ରାସ୍ତା ଉପରେ ୪ରୁ ୫ ଫୁଟ୍ ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇ ପଡ଼ିଛି। ଗତକାଲି ଭଳି ଯଦି ଆଜି ପ୍ରବଳ ବର୍ଷା ହୁଏ ତେବେ ବନ୍ୟା ସୁନିଶ୍ଚିତ ବୋଲି ଆଶଙ୍କା କରାଯାଉଛି।। ନଦୀ କୂଳିଆ ଗ୍ରାମାଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଛି। ମୁଖ୍ୟ ରାସ୍ତାରୁ ଗାଁ କୁ ସଂଯୋଗ କରୁଥିବା ରାସ୍ତା ଉପରେ ୫ଫୁଟ ପାଣି ପ୍ରବାହିତ ହେଉଛି।

ଅପରପକ୍ଷରେ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ଅନ୍ୟତମ ବ୍ୟସ୍ତ ବହୁଳ ସଡକ ସମ୍ବଲପୁର ରୁ ଝାରସୁଗୁଡା ଦେଇ ରାଉରକେଲା କୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ର ଖିଣ୍ଡା ଛକ ନିକଟରେ ମୁଖ୍ୟ ରାସ୍ତା ଉପରେ ଗତ ରାତି ରୁ ୪ଫୁଟ ପାଣି ପ୍ରବାହିତ ହେବା ଫଳରେ ରାସ୍ତାର ଗୋଟିଏ ପାର୍ଶ୍ବରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ସେଠାରୁ ୱାନ୍ ୱେ ଟ୍ରାଫିକ୍‍ ସିଷ୍ଟମ୍‍ ରେ ଯାତ୍ରୀମାନେ ଯାତାୟାତ କରୁଥିଲେ। ଏଲ୍‍ଏଣ୍ଡ୍‍ଟି କମ୍ପାନୀ ଦମକଳ ବାହିନୀ ଘଟଣାସ୍ଥଳକୁ ପହଞ୍ଚି ମୋଟର ଲଗାଇ ରାସ୍ତା ଉପରୁ ପାଣି ନିଷ୍କାସନ ବ୍ୟବସ୍ଥା କରୁଥିବାର ଦେଖିବାକୁ ମିଳିଥିଲା। ଅପରାହ୍ନ ୪ଟା ସମୟରେ ରାସ୍ତା ଉପରେ ଥିବା ପାଣି ନିଷ୍କାସନ କାର୍ଯ୍ୟ ସମାପନ କରାଯିବା ପରେ ଯାତାୟାତ ସ୍ୱସଭାବିକ ହୋଇଥିଲା। ଏହି ରାସ୍ତା ନିର୍ମାଣ ସମୟରେ କମ୍ପାନୀ ଏବଂ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୂର ଦୃଷ୍ଟି ଅଭାବ ତଥା ତୃଟିପୂର୍ଣ୍ଣ ଏଷ୍ଟିମେଟ୍‍ ଯୋଗୁଁ ରାସ୍ତା ଉପରେ ପାଣି ଜମା ହୋଇ ଏଭଲି ଅବସ୍ଥା ଦେଖା ଦେଉଛି ବୋଲି ସଚେତନ ନାଗରିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ଏହି ରାସ୍ତା ବ୍ୟତୀତ ଲୁହାଖଣ୍ଡି ରୁ ବାସୁପାଲି ଦେଇ ଲୁଧାପାଲି ଛକ ରେ ରେଙ୍ଗାଲି କୁ ସଂଯୋଗ କରୁଥିବା ରାସ୍ତା ର ବଡମାଲ-ବାସୁପାଲି ମଝିରେ ଥିବା କଲଭର୍ଟ ଉପରେ ୧୦ଫୁଟ ପାଣି ପ୍ରବାହିତ ହେବା ଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇ ପଡ଼ିଥିଲା। ଭେଡେନ ନଦୀର ଜଳପତ୍ତନ ବୃଦ୍ଧି ପାଇବା ଫଳ ରେ ଜୁନଡିହି ଛକ ରୁ ଲଇଡା ଦେଇ କୁଚିଣ୍ଡା କୁ ସଂଯୋଗ କରୁଥିବା ରାସ୍ତା ର ଦଳପତପାଲି ଠାରେ ରାସ୍ତା ଉପରେ ଦୁଇଫୁଟ ପାଣି ପ୍ରବାହିତ ହେଉଥିବାର ଦେଖିବାକୁ ମିଳିଥିଲା। ଉପରୋକ୍ତ ରାସ୍ତା ବ୍ୟତୀତ ଟାମ୍ପରକେଲା, ବାରଡୁଙ୍ଗୁରୀ ଗୌଡପଡା ଏବଂ ଖୁଣ୍ଟପାଲି ଗ୍ରାମ ପାଖ ଦେଇ ପ୍ରବାହିତ ହରଡ ଯୋର ଉପରେ ନିମର୍ତି ପୋଲ ଉପରେ ରାତି ରୁ ୫/୬ଫୁଟ ପାଣି ପ୍ରବାହ ଫଳରେ ଜୀବନ ଯାତ୍ରା ବ୍ୟାହତ ହୋଇପଡିଥିଲା। ମଧ୍ୟାହ୍ନରେ ପଣି ପ୍ରବାହ କମିଯିବା ପରେ ଗମନାଗମନ ସ୍ୱାଭାବିକ ହୋଇଥିଲା।

- Advertisement -

ବର୍ଷାବିତ୍ପାତ୍‍ ଯୋଗୁଁ ପ୍ରାୟ ପ୍ରତ୍ୟେକ ଗ୍ରାମରେ ଥିବା ମାଟିକାନ୍ଥ ଘର ଏପରିକି କେତେକ ସ୍ଥାନରେ ଇଟା କାନ୍ଥ ଥିବା ଘର ଭାଙ୍ଗି ପଡିଥିବା ସୂଚନା ମିଳିଛି। ଘର ଭାଙ୍ଗିଯିବା ଫଳରେ କେତେକ ଗରିବ ପରିବାର ଘୋର ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ରେଙ୍ଗାଲି ତହସିଲଦାର ସୁନୀଲ କୁମାର ମେହେର ବର୍ଷା ଯୋଗୁଁ ଘର ଭାଙ୍ଗିଯାଇ ହୋଇଥିବା କ୍ଷତିର ଆକଳନ କରିବାକୁ ସମସ୍ତ ରାଜସ୍ୱ ନୀରୀକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେବା ସହିତ କ୍ଷତିଗ୍ରସ୍ତ ପରିବାରକୁ ସହାୟତ ଯୋଗଇ ଦେବାକୁ ନେିର୍ଦ୍ଦଶ ଦେଇଛନ୍ତି। ପ୍ରବଳ ବର୍ଷା ଫଳରେ ବ୍ଳକ୍‍ ର ଶହଶହ ଏକର ଚାଷଜମି ଜଳାର୍ଣ୍ଣବ ହେବା ସହିତ ହିଡ ଭାଙ୍ଗି ଯାଇ ଘାଇ ସୃଷ୍ଟି ହେବା ଫଳରେ ଜମି ବାଳିଚର ହୋଇ କ୍ଷତିଗ୍ରସ୍ତ ହୋଇଛନ୍ତି। କ୍ଷୟକ୍ଷତିର ଆକଳନ କରଯାଇ କ୍ଷତିଗ୍ରସ୍ତ ଚାଷୀଙ୍କ ସହାୟତା ଦେବାକୁ ଦାବି ହୋଇଛି।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories