ହରଭଙ୍ଗା : ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବୌଦ୍ଧ ଜିଲାପାଳ ଓ ଏସପିଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ମାତ୍ର ୫୩ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିରୁ ୪୬ଟି ବ୍ୟକ୍ତିଗତ ୦୭ଟି ସାମୂହିକ ଅଭିଯୋଗ ରହିଥିଲା। ସେଥିରୁ ଜିଲାପାଳ ୩୬ଟି ଅଭିଯୋଗର ଶୁଣାଣି କରି ସେଗୁଡିକର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ। ରେଡ଼କ୍ରସ ପାଣ୍ଠିରୁ ଦୁଇଜଣଙ୍କୁ ୩୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲାପାଳଙ୍କ ସହିତ ବୌଦ୍ଧ ଏସଡିପିଓ ସିଦ୍ଧାର୍ଥ ରାୟ ଅତିରିକ୍ତ ଜିଲାପାଳ ଅନିରୁଦ୍ଧ ପ୍ରଧାନ, ବୌଦ୍ଧ ଜିଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାସଚନ୍ଦ୍ର ଦଣ୍ଡସେନା, ବୌଦ୍ଧ ଉପଜିଲାପାଳ ପ୍ରବୀଣ କୁମାର ବଣୁଆ, ବୌଦ୍ଧ ସିଡିଏମଓ ଡାକ୍ତର ମଦନ ମୋହନ ପ୍ରଧାନଙ୍କ ସହିତ ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦାନ କରିଥିଲେ।
Popular Categories



