www.samajalive.in
Saturday, December 6, 2025
14.1 C
Bhubaneswar

ଗ୍ୟାସ ସିଲିଣ୍ଡରରୁ ଅଗ୍ନିକାଣ୍ଡ: ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲା ୩ ଜୀବନ

ହରଭଙ୍ଗା: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ମାଧପୁର ରେଞ୍ଜ ଅଫିସ ନିକଟରେ ଶୁକ୍ରବାର ଗ୍ୟାସ ସିଲିଣ୍ଡରରୁ ଅଗ୍ନିକାଣ୍ଡ ଘଟି ଗୋଟିଏ ବଖରା ଘର ପୋଡିନଷ୍ଟ ହୋଇଥିବା ଜଣାପଡିଛି। ମାତ୍ର ସୌଭାଗ୍ୟବଶତଃ ଜଣେ ଦୁଇ ବର୍ଷର ଶିଶୁ ସହିତ ୩ ଜୀବନ ରକ୍ଷାପାଇଯାଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନ ସମୟରେ ପୁରୁଣାକଟକ ଥାନା ମାଧପୁର ଫରେଷ୍ଟ ରେଞ୍ଜ ନିକଟସ୍ଥ ବିଛନ୍ଦ ବେହେରାଙ୍କ ସାନ ଭାଇ ସୀତାକାନ୍ତ ବେହେରା ଘରେ ଗ୍ୟାସରେ ରୋଷେଇ କରୁଥିଲେ। ଦୁର୍ଭାଗ୍ୟବଶତଃ ସିଲିଣ୍ଡରରୁ ଗ୍ୟାସ ଲିକ ହୋଇ ନିଆଁ ଲାଗିଯାଇଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ତତ୍କାଳ ଘରେ ଶୋଇଥିବା ଦୁଇ ବର୍ଷର ଶିଶୁ ସହ ଭାଇଙ୍କୁ ଧରି ବାହାରକୁ ଚାଲିଆସିଥିଲେ। ଏହାପରେ ସିଲିଣ୍ଡରରୁ ଅଗ୍ନିକାଣ୍ଡ ଘଟି ଘରଟି ପୋଡ଼ି ଛାରକାର ହୋଇଯାଇଥିଲା। ଏହି ଅଗ୍ନିକାଣ୍ଡରେ ଆଧାରକାର୍ଡ, ଜମିପଟ୍ଟା, ଭୋଟରକାର୍ଡ, ଫ୍ୟାନ, ଇଲେକ୍ଟ୍ରିମିଟର, ଅନ୍ୟାନ୍ୟ ଆସବାବପତ୍ର, ଖାଦ୍ୟଶସ୍ୟ ପୋଡି ପାଉଁଶ ହୋଇଯାଇଥିଲା। ଖବର ପାଇ ହରଭଙ୍ଗା ଦମକଳ ବାହିନି ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତୁରନ୍ତ ଅଗ୍ନିବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories