www.samajalive.in
Monday, December 8, 2025
14.1 C
Bhubaneswar

ଭତ୍ତା ଅପେକ୍ଷାରେ କିଡ୍‌ନୀ ରୋଗୀ ପ୍ରଭାତ

ହରଭଙ୍ଗା : ନରସିଂହପୁର, ନୂଆପଡା ପରେ ଏବେ କିଡ୍‌ନୀ ରୋଗୀଙ୍କ ନୂଆ ଠିକଣା ପାଲଟିଛି ବୌଦ୍ଧ ଜିଲାର ହରଭଙ୍ଗା ବ୍ଲକ। ଗତ କିଛି ବର୍ଷ ହେଲା ବ୍ଲକରେ ବିଭିନ୍ନ ଗାଁରେ କିଡ୍‌ନୀ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ବିଶେଷକରି ଗରିବ ପରିବାର ଉପରେ ଏଭଳି ମାରାତ୍ମକ ରୋଗ ଦାଉ ସାଜୁଛି। ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁ କରୁ ରୋଗରେ ଆକ୍ରାନ୍ତ ରୋଗୀ ଜୀବନ ହାରୁଥିବାବେଳେ ପରିବାର ଘରର ରୋଜଗାରିଆକୁ ହରାଇ ତଳିତଳାନ୍ତ ହୋଇପଡୁଛି। ହରଭଙ୍ଗା ଗ୍ରାମର ଗରିବ ଶ୍ରେଣୀର ପ୍ରଭାତ ସାହୁ(୬୦)ଙ୍କ ଭଳି କିଡ୍‌ନୀ ଆକ୍ରାନ୍ତଙ୍କୁ ଦେଖିଲେ ରୋଗର ଦାରୁଣ ଦୁଃଖ ବୁଝା ପଡ଼ିଯାଉଛି। ଗତ ତିନି ବର୍ଷ ହେଲା ପ୍ରଭାତ କିଡ୍‌ନୀରେ ରୋଗରେ ଆକ୍ରାନ୍ତ ଅଛନ୍ତି। ମାସକୁ ଦୁଇ ଦୁଇ ଥର ଡାୟଲିସିସ୍ ହେଉଥିବାବେଳେ ଆର୍ଥିକ ଅନଟନ ମଧ୍ୟରେ ଗତି କରୁଛନ୍ତି। କିଡ୍‌ନୀ ଆକ୍ରାନ୍ତ ପ୍ରଭାତଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ସହିତ ତୁରନ୍ତ ଭତ୍ତା ପ୍ରଦାନ ପାଇଁ ସମାଜସେବୀ ବିଶି କେଶନ ପ୍ରଧାନ ଦାବି କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories