ହରଭଙ୍ଗା :ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ବୌଦ୍ଧସମନ୍ୱିତ ଯୁବ ବିକାଶ କାର୍ୟ୍ୟକ୍ରମ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅଧୀନରେ ଆଜି ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜନୀତି ବିଜ୍ଞାନ ଟିମ ଚମ୍ପିଅକ୍ଷନ ହୋଇଛି । କାର୍ଯ୍ୟକ୍ରମକୁ କ୍ରୀଡା ଶିକ୍ଷକ ମଧୁସୂଦନ ବେହେରା, ସୁଦର୍ଶନ ଭୋକ୍ତା ଓ ଅନ୍ୟମାନେ ପରିଚାଳନା କରିଥିଲେ। ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଅନ୍ୟତମ କାର୍ୟ୍ୟକ୍ରମ ରକ୍ତଦାନ ଶିବିର ପାଇଁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।
ଏଥିରେ ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରେଣିଆ, ମୁଖ୍ୟ ନୋଡାଲ ଅଫିସର ପ୍ରମୋଦ କୁମାର ମହାପାତ୍ର, ଅଧ୍ୟାପକ ଲଳିତ କୁମାର ମେହେର, ଅଧ୍ୟାପିକା ସୁଷମା ରାଣୀ ବହିଦାର ଯୋଗ ଦେଇ ଛାତ୍ର ଛାତ୍ରୀମାନକୁ ରକ୍ତଦାନ ଉପରେ ସଚେତନ କରିଥିଲେ।କକ୍ଷର୍ୟ୍ୟକ୍ରମକୁ ସାମାଜିକ ସଚେତନତା ବିଭାଗର ନୋଡାଲ ଅଫିସର ଅଧ୍ୟାପକ ସୁରେଶ୍ଵର ଯୋଶୀ ସଂଯୋଜନା କରିଥିଲେ। ଆସନ୍ତା ୨୪ରେ ମହାବିଦ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ।



