ହରଭଙ୍ଗା :ହରଭଙ୍ଗା ବ୍ଲକ ପୁରୁଣାକଟକ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଯାଜପୁର ସଂରକ୍ଷଣ ଜଙ୍ଗଲ ମଧ୍ୟରେ କାମ୍ପା ଯୋଜନାରେ ଚଳିତବର୍ଷ ୩୦ଲକ୍ଷ ଟଙ୍କା ବ୍ୟୟବରାଦରେ ବନ୍ୟଜନ୍ତୁଙ୍କ ପାଣି ପିଇବା ପାଇଁ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ କରାଯାଇଛି। ଗୁରୁବାର ଜଙ୍ଗଲ, ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧ ଜିଲାପାଳ ନୃସିଂହଚରଣ ସ୍ୱାଇଁ,ବୌଦ୍ଧ ଏସପି ରାଜପ୍ରଶାଦ, ବୌଦ୍ଧ ଡିଏଫଓ ଦେବପ୍ରିୟ କମ୍ପ, ପୁରୁଣାକଟକ ରେଞ୍ଜ ଅଫିସର ଜୟନ୍ତ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ବନବିଭାଗ ପକ୍ଷରୁ ସଂରକ୍ଷଣ ଜଙ୍ଗଲ ମଧ୍ୟରେ ନିର୍ମାଣ ହୋଇଥିବା ଉକ୍ତ ପ୍ରକଳ୍ପ ଶୀତ ଋତୁରେ ଭୋଜି ଭାତ ପାଇଁ ପର୍ଯ୍ୟଟକଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଜଙ୍ଗଲ ବିଭାଗ ଅଧିକାରୀ ଆଶା ପ୍ରକାଶ କରିଛନ୍ତି।
Popular Categories



