BJD Bijuli 480×75 Mob

ଧଳପୁର କ୍ଷୁଦ୍ର ଜଳସେଚନ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ

ମାରୱାର୍ଡି ପଡ଼ିଆରେ ଜମିଲା ୪ଫୁଟ ପାଣି, ବୁଡ଼ିଲା କୂଅ ଓ ପାଇଖାନା

BJD Bijuli 480×75 Mob

ହରଭଙ୍ଗା: ହରଭଙ୍ଗା ବ୍ଲକ ଧଳପୁର ପଂଚାୟତ ସଦରମହକୁମାରେ କ୍ଷୁଦ୍ରଜଳସେଚନ ବିଭାଗର ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ନଜରକୁ ଆସିଛି। ଫଳରେ କେନାଲ ପାଣି ଜମିରେ ମାଡିବା ବଦଳରେ ଧଳପୁର ମାର୍କେଟ ଉପରେ ଥିବା ମାରୱାର୍ଡି ପଡ଼ିଆରେ ୪ଫୁଟ ଉଚ୍ଚର ପାଣି ଜମି ରହିଛି। ଏହା ସହିତ ପାଖ ଆଖରେ ଥିବା ନିତ୍ୟବ୍ୟବହାର୍ଯ୍ୟ କୂଅ ସାଙ୍ଗକୁ ଲୋକଙ୍କ ପାଇଖାନା ଘର ସହିତ ଟାଙ୍କି ବୁଡିରହି ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ବର୍ଷାଦିନେ ଏଭଳି ପରିସ୍ଥିତି ଯୋଗୁଁ ଅଧିକ ବର୍ଷା ହେଲେ କୃତ୍ରିମ ବନ୍ୟା ସୃଷ୍ଟି ହେବା ସହ ଲୋକଙ୍କ ଘର ଦ୍ୱାରରେ ପାଣି ପଶିବା ସମ୍ଭାବନା ରହିଛି। ବର୍ତମାନ ଦୀର୍ଘଦିନ ହେଲା କେନଲା ପାଣିରେ ୪ଗୋଟି ବ୍ୟବହାର ଉପଯୋଗୀ କୂଅ ସାଙ୍ଗକୁ ପାଇଖାନା ଟାଙ୍କି ବୁଡିରହିବା ଫଳରେ ଗାଁରେ ସଂକ୍ରାମକ ରୋଗ ବ୍ୟାପିବାର ସମ୍ଭାବନା ଦେଖାଦେଇଛି।

ପ୍ରକାଶ ଯେ, କୁକୁଟେଶ୍ୱର କ୍ଷୁଦ୍ରଜଳସେଚନ କେନାଲରୁ ଧଳପୁର ପଂଚାୟତ ପାର୍ଶ୍ବଦେଇ ତଳପଟ ଚାଷ ଜମିରେ ପାଣିମାଡିବା ପାଇଁ ଏକ କେନାଲ ନିର୍ମାଣ ହୋଇଛି। ମାତ୍ର ମାରୱାର୍ଡି ପଡ଼ିଆ ଉପର ପାର୍ଶ୍ବରେ କେନାଲ ପାଣି ତଳକୁ ମାଡିବା ପାଇଁ ରହିଥିବା କଲଭର୍ଟ ଆଗକୁ ପାଣି ଯିବାର ସୁବିଧା ନଥିବାରୁ ସବୁ କେନାଲ ପାଣି ପଡ଼ିଆରେ ଜମି ରହିବା ସହ ଲୋକଙ୍କ କୂଅ, ପାଇଖାନା ଓ ଘରେ ପଶିବା ପରିସ୍ଥିତି ଉପୁଜିଛି। ଏହାକୁ ଦୃଷ୍ଟିରେ ରଖି ଗତ ୦୭ତାରିଖ ଦିନ ପ୍ରତାପ କୁମାର ଶତପଥିଙ୍କ ସହିତ କେତେକ ଚାଷୀ ଜିଲ୍ଲାପାଳଙ୍କୁ ଜନଶୁଣାଣି କାର୍ଯ୍ୟକ୍ରମରେ ଭେଟି ଲିଖିତଭାବେ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ଏହାର ୩ଦିନ ମଧ୍ୟରେ ସମାଧାନ ପାଇଁ କ୍ଷୁଦ୍ରଜଳସେଚନ ସହକାରୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶର ୬ଦିନ ପରେ ମଧ୍ୟ କୌଣସି ସମାଧାନ ନହେବାରୁ ଯଥା ପୂର୍ବମ୍ ତଥା ପରମ୍ ସ୍ଥିତିରେ ରହିଛି। ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏହାର ତୁରନ୍ତ ସ୍ଥାୟୀ ସମାଧାନ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଚାଷୀନେତା ଇଂ ବିକାଶ ମହାକୁଡ ଦାବୀ କରିଛନ୍ତି।

Comments are closed.