ମନରେଗା ଯୋଜନାର ତ୍ରୁଟିଥିବା ୨୧୭ଟି ଅଭିଯୋଗର ଜନ ଶୁଣାଣୀ

ହରଭଙ୍ଗା: ଓଡିଶା ସାମାଜିକ ସୁରକ୍ଷା ଉତ୍ତରଦାୟିତ୍ୱ ଓ ସୁରକ୍ଷା ସମିତି ଆନୁକୂଲ୍ୟରେ ଗୁରୁବାର ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ମନରେଗା, ଜାତୀୟ ସାମାଜିକ ସହାୟତା ଏବଂ ପଞ୍ଚଦଶ ଅର୍ଥକମିଶନ କାର୍ଯ୍ୟକ୍ରମର ବ୍ଲକସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବୌଦ୍ଧ ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନରେଗା ଯୋଜନାର ତ୍ରୁଟିଥିବା ୨୧୭ଟି ଅଭିଯୋଗର ଜନଶୁଣାଣି କରାଯାଇଥିବାବେଳେ ଜାତୀୟ ସାମାଜିକ ସହାୟତା ଏବଂ ପଂଚଦଶ ଅର୍ଥକମିଶନର ୫୦ଗୋଟି ଅଭିଯୋଗର ଶୁଣାଣି ହୋଇଥିବା ବ୍ଲକ ଏପିଓ ହେମନ୍ତ କୁମାର ପ୍ରଧାନ ସୂଚନା ଦେଇଛନ୍ତି । ବ୍ଲକ, ପଞ୍ଚାୟତ, ଉଦ୍ୟାନ ବିଭାଗ, ଜଙ୍ଗଲ ବିଭାଗ, କ୍ଷୁଦ୍ରଜଳସେଚନ, ଜଳସେଚନ ବିଭାଗ ଏବଂ ମୃତିକାସଂରକ୍ଷଣ ବିଭାଗ ତରଫରୁ କାର୍ଯ୍ୟକାରୀ ହୋଇଥିବା ଏପ୍ରିଲ-୨୦୨୧ ରୁ ମାର୍ଚ୍ଚ-୨୦୨୨ ପର୍ଯ୍ୟନ୍ତ ସମସ୍ତ ମନରେଗା କାର୍ଯ୍ୟ ସମ୍ବଳିତ ଅଭିଯୋଗଗୁଡିକ ସମ୍ପର୍କରେ ଜିଲା ସାମାଜିକ ସମୀକ୍ଷକ ପ୍ରବୀର କୁମାର ମେହେର ସୂଚନା ଦେଇଥିଲେ। ମନରେଗା ସମ୍ବଳିତ ୨୧୭ଟି ଏବଂ ଜାତୀୟ ସାମାଜିକ ସହାୟତା ଏବଂ ପଂଚଦଶ ଅର୍ଥକମିଶନ ଯୋଜନାର ୫୦ଟି ଅଭିଯୋଗ ଉପସ୍ଥାପନା କରିଥିଲେ।

prayash

ବିଶେଷକରି ମନରେଗା କାର୍ଯ୍ୟର ନଥିପତ୍ର, ନାଗରିକ ସୂଚନାଫଳକ, ଶ୍ରମିକ ମଜୁରୀ ଏବଂ ବନବିଭାଗ ନର୍ସରୀ ରେଜିଷ୍ଟର ଅପଡେଟ, ଏମଏମଏସ, ଭଳି ଅନେକ ଅଭିଯୋଗ ଉପରେ ଉପସ୍ଥାପନା କରାଯାଇଥିଲା। ସମସ୍ତ ଅଭିଯୋଗଗୁଡିକ ବିଭାଗୀୟ ଉଚ୍ଚସ୍ତରୀୟ ଅଧିକାରୀ ଆସନ୍ତା ୨୦ଦିନ ମଧ୍ୟରେ ସମାଧାନ କରି ଏକ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ହରଭଙ୍ଗା ବିଡିଓ ରବୀନ୍ଦ୍ରନାଥ କହଁର, ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନଙ୍କ ସମେତ ପଂଚାୟତ ପିଇଓ, ଜିଆରଏସ ପ୍ରମୁଖ ଯୋଗଦାନ କରିଥିଲେ।

kalyan agarbati

Comments are closed.