www.samajalive.in
Sunday, December 14, 2025
23.1 C
Bhubaneswar

ବାଲି ମାଫିଆ ଓ ରାଜସ୍ୱ ବିଭାଗ ମଧୁଚନ୍ଦ୍ରିକା, ଚାଲିଛି ରାତିଅଧିଆ ବାଲି ଚୋରାଚାଲାଣ

ହରଭଙ୍ଗା: ହରଭଙ୍ଗା ଥାନା ଅର୍ନ୍ତଗତ ସ୍ଥାନୀୟ କଲେଜ ନିକଟରେ ଜନୈକ ବାଲି ମାଫିଆ ଶହ ଶହ ଟ୍ରିପ ବାଲି ଗଦା କରିଥିବା ଜଣାପଡ଼ିଛି। ରାତି ଅଧିଆ ବିନା ଓାଇ ଫର୍ମରେ ହାଇଓା ସାହାଯ୍ୟରେ ପୋଡଶୀ କନ୍ଧମାଳ ଜିଲ୍ଲାକୁ ଚାରିଛକ ତହସିଲ କାର୍ଯ୍ୟାଳୟ ସମ୍ମୁଖ ଦେଇ ବାଲି ଚୋରା ଚାଲାଣ କରାଯାଉଛି। ସୂଚନା ସତ୍ୱେ ରାଜସ୍ୱ ବିଭାଗ ହାତ ଟେକିଦେବା ଘଟଣା ବାସ୍ତବରେ ରାଜସ୍ୱ ବିଭାଗ ଏବଂ ମାଫିଆଙ୍କ ମଧୁଚନ୍ଦ୍ରିକାକୁ ପଦାରେ ପକାଇଛି। ପ୍ରକାଶ ଯେ ମହାନଦୀରେ ପାଣି ଯୋଗୁଁ ସବୁ ଘାଟରୁ ବାଲି ଉତ୍ତୋଳନ ବନ୍ଦ ରହିଛି। ମାତ୍ର ବାଲି ମାଫିଆମାନେ ବର୍ଷାଦିନକୁ ଦୃଷ୍ଟିରେ ରଖି ବିଭିନ୍ନ ଜଙ୍ଗଲ ପାର୍ଶ୍ବରେ ଚୋରାରେ ଶହ ଶହ ଟ୍ରିପ ବାଲି ଗଦା କରିଛନ୍ତି। ରାଜସ୍ୱ ଫାଙ୍କିବା ଉଦେଶ୍ୟରେ ରାତିଅଧିଆ ମେସିନ ସାହାଯ୍ୟରେ ହାଇଓାରେ ବୋଝେଇ କରି ବାହାର ଜିଲ୍ଲାକୁ ବାଲି ଚୋରା ଚାଲାଣ କରି ଭଲ ଦି ପଇସା ରୋଜଗାର କରିବାକୁ ସକ୍ଷମ ହେଉଛନ୍ତି। ଏଭଳି ଚୋରା ଚାଲାଣ ଯୋଗୁଁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ କ୍ଷତି ଘଟୁଥିବା ବେଳେ ସବୁ ଜାଣି ରାଜସ୍ୱ ବିଭାଗ ହାତ ଟେକିଦେବା ବାସ୍ତବରେ ବାଲି ମାଫିଆ ଓ ରାଜସ୍ୱ ବିଭାଗର ଅସଲ ଚେହେରାକୁ ପଦାରେ ପକାଇଛି।

ଏ ସର୍ମ୍ପକରେ ହରଭଙ୍ଗା ତହସିଲଦାରଙ୍କୁ ପଚାରିବାରୁ ରାତିରେ ଆମକୁ ଏନଫୋର୍ସମେଂଟ ମନା ହୋଇଛି। ଏ ସର୍ମ୍ପକରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଲେ ଆମେ ଫାଇନ ଆଦାୟ କରିବୁ ବୋଲି କହିଛନ୍ତି। ଚୋରା ଚାଲାଣ ରୋକିବା ଦାୟିତ୍ୱ କାହାର ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏହା ଉପରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories