www.samajalive.in
Sunday, December 7, 2025
14.1 C
Bhubaneswar

ହରଭଙ୍ଗା ବ୍ଲକରେ ଆବାସ ଦୁର୍ନୀତି ମାମଲାର ଭିନ୍ନମୋଡ; ଅଭିଯୋଗକୁ ହିତାଧିକାରୀଙ୍କ ଖଣ୍ଡନ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ଗ୍ରାମୀଣ ଆବାସ ଦୁର୍ନୀତି ମାମଲା ଭିନ୍ନମୋଡ ଆଡକୁ ଗତିକରୁଛି। ନିଜେ ହିତାଧିକାରୀ ଦୁର୍ନୀତି ଅଭିଯୋଗର ଖଣ୍ଡନ କରିବା ସହିତ ମଙ୍ଗଳବାର ହରଭଙ୍ଗା ବି.ଡି.ଓଙ୍କୁ ବୌଦ୍ଧ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ତଳଗାଁ ପଞ୍ଚାୟତର ଦୁର୍ଗମ ବଣପାହାଡଘେରା ବଡଖଜୁରୀ, ସାନ ଖଜୁରୀ ଗ୍ରାମର ସୁରେନ୍ଦ୍ର କହଁର, ଭାଗବତ କହଁର, ବିଶ୍ୱାମିତ୍ର କହଁର, କୃଷ୍ଣ ଚନ୍ଦ୍ର ଯାନୀ, ପବିତ୍ର କହଁର, କେଶବ କହଁର, ଶ୍ରୀକର ଯାନୀ,ସାଧୁଚରଣ କହଁର ଭଳି ୨୨ଜଣ ଗ୍ରାମୀଣ ଆବାସ ହିତାଧିକାରୀଙ୍କ ଅଭିଯୋଗ ଅନୁସାରେ ତାଙ୍କ ଗ୍ରାମ ଦୁଇଟି ଘାଟି ପାହାଡ ଉପରେ ଅବସ୍ଥିତ। ତଥାପି ସେମାନେ ବହୁ କଷ୍ଟରେ ଘର ତିଆରି ସାମଗ୍ରୀ ଆଣି ଘର ନିର୍ମାଣ କରିଛନ୍ତି। ଏଥିପାଇଁ ସେମାନଙ୍କ ଠାରୁ କେହି ଟଙ୍କାଟିଏ ଲାଞ୍ଚ ନେଇନଥିବା ସେମାନେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ବ୍ଲକ ପ୍ରଶାସନ ଏବଂ ପଞ୍ଚାୟତ କତୃପକ୍ଷଙ୍କ ସହଯୋଗରେ ଘର ନିର୍ମାଣ ଚାଲିଥିବାବେଳେ ବିରୋଧି ଦୁର୍ନୀତିଗ୍ରସ୍ତ ଲୋକ ଆମ୍ଭ ନାମରେ ବଦନାମ କରୁଥିବା ହିତାଧିକାରୀମାନେ ପାଲଟା ଅଭିଯୋଗ କରିଛନ୍ତି। ଏଣୁ କାହା କଥା ନଶୁଣି ଘର ନିର୍ମାଣ କ୍ଷେତ୍ରରେ ଅଗ୍ରଗତୀରେ ଆମ ଭଳି ଗରିବ ହିତାଧିକାରୀଙ୍କୁ ସହଯୋଗ କରିବାକୁ ସେମାନେ ଦାବିପତ୍ରରେ ଦର୍ଶାଇଛନ୍ତି। ହିତାଧିକାରୀଙ୍କ ମହଲରୁ ଏଭଳି ଅଭିଯୋଗ ପରେ ବ୍ଲକରେ ଆବାସ ଦୁର୍ନୀତି ଘଟଣା ଭିନ୍ନମୋଡ ଆଡକୁ ଗତିକରୁଥିବା ଦେଖିବାକୁ ମିଳିଛି। ଏ ସଂର୍ପକରେ ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରାଙ୍କୁ ପଚାରିବାରୁ ବଡଖଜୁରୀ,ସାନଖଜୁରୀ ଗ୍ରାମର ଆବାସ ହିତାଧିକାରୀଙ୍କ ପକ୍ଷରୁ ଏକ ଦାବୀପତ୍ର ଜିଲ୍ଲାପାଳଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଛି।ବ୍ଲକରେ ଆବାସ ଦୁର୍ନୀତି ଘଟଣା ଆମ ପାଖକୁ ଆସୁଥିବାବେଳେ କେହି ଜଣେ ଆବାସ ହିତାଧିକାରୀ ଏ ସଂର୍ପକରେ ସିଧାସଳଖ ଅଭିଯୋଗ କରି ନ ଥିବା ସେ କହିଛନ୍ତି। କିଛି ଲୋକ ବ୍ଲକକୁ ବଦନାମ କରିବା ପାଇଁ ଏଭଳି ଷଡଯନ୍ତ୍ର ଚଳାଇଥିବା ସେ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories