ହରଭଙ୍ଗାରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣୀ, ୧୫ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ
ହରଭଙ୍ଗା:ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ସୋମବାର ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏବଂ ଆରକ୍ଷୀ ଅଧୀକ୍ଷକ ଜ୍ଞାନରଞ୍ଜନ ମହାନ୍ତି ମିଳିତ ଅଭିଯୋଗ ଜନଶୁଣାଣି କରିଥିଲେ। ଆଜି ଅଭିଯୋଗ ପଞ୍ଜିକ୍ୃତ ହୋଇଥିବା ବେଳେ ୨୩ଟିର ତୁରନ୍ତ ଫଇସଲା କରାଯାଇଥିଲା। ଏହି ଅବସରରେ ୧୫ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ କରାଯାଇଥିଲ। ବୌଦ୍ଧ ପିଡି ଅଶ୍ୱିନୀ ମେହେର, ଡେପୁଟି କଲେକ୍ଟର ଅବନୀ ସାହୁ, ହରଭଙ୍ଗା ଅତିରିକ୍ତ ତହସିଲଦାର ହରିଓମ ଭୋଇ, ହରଭଙ୍ଗା ବିଡିଓ ସ୍ମିତା ରଥଙ୍କ ସମେତ ଜିଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
Comments are closed.