www.samajalive.in
Saturday, December 6, 2025
14.1 C
Bhubaneswar

ହରଭଙ୍ଗା ତହସିଲଦାରଙ୍କ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ

ହରଭଙ୍ଗା: ଗତ ମହାନଦୀ ବନ୍ୟାରେ ହରଭଙ୍ଗା ତହସିଲ ଅଂଚଳରେ ବ୍ୟାପକ ଫସଲ କ୍ଷୟକ୍ଷତି ଘଟିଛି। ଫସଲ କ୍ଷୟକ୍ଷତି ଆକଳନ ପାଇଁ ମଙ୍ଗଳବାର ସକାଳେ ହରଭଙ୍ଗା ତହସିଲଦାର ଶମ୍ଭୁଭୁଷଣ ମିଶ୍ରଙ୍କ ନେତୃତ୍ୱରେ ଏକ ୩ଜଣିଆ ଟିମ କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରିଥିବା ଜଣାପଡିଛି।ହରଭଙ୍ଗାରୁ ଧଳପୁର ପର୍ଯ୍ୟନ୍ତ ନଦୀକୂଳରେ ରହିଥିବା ଧାନ ଚାଷ ଜମିରେ ବନ୍ୟା ପାଣି ପଶି ଘଟିଥିବା କ୍ଷୟକ୍ଷତିର ପ୍ରତ୍ୟକ୍ଷଭାବେ ଟିମଦ୍ୱାରା କ୍ଷୟକ୍ଷତି ଆକଳନ କରାଯାଇଛି। ହରଭଙ୍ଗା ତହସିଲ ଅଞ୍ଚଳରେ ଗତ ମହାନଦୀ ବନ୍ୟାରେ ୫୨ ହେକ୍ଟର ଧାନ ଚାଷ ଜମି ବନ୍ୟାରେ କ୍ଷୟକ୍ଷତି ଘଟିଥିବା ତହସିଲଦାର ସୂଚନା ଦେଇଛନ୍ତି।ତୁରନ୍ତ ଚାଷୀଙ୍କୁ କିପରି କ୍ଷତିପୂରଣ ମିଳିପାରିବ ସେ ଦିଗରେ ତହସିଲ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ତହସିଲଦାର କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories