www.samajalive.in
Saturday, December 6, 2025
16.1 C
Bhubaneswar

ବୃଦ୍ଧାଶ୍ରମରେ ନୂଆଁଖାଇ ପାଳିଲେ ଜିଲ୍ଲାପାଳ

ହରଭଙ୍ଗା  : ସରକାରୀ ଛୁଟି ମିଳିଲେ ପରିବାର ସହିତ ଛୁଟିଦିନ କଟାଇବା ପାଇଁ ସବୁ ସରକାରୀ କର୍ମଚାରୀ ସମସ୍ତେ ଚାହିଁବସିଥାନ୍ତି। ସବୁବେଳେ ନୂତନ ଚିନ୍ତନରେ ରହୁଥିବା ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଛୁଟିଦିନରେ କିଛି ନୂଆ କାର୍ଯ୍ୟକରିବା ପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିଥାନ୍ତି।ଶନିବାର ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ ଅବସରରେ ଜିଲ୍ଲାପାଳ ହରଭଙ୍ଗା ବ୍ଲକ ଚାରିଛକସ୍ଥିତ ଝାଡ୍ରାଜିଂ ବରିଷ୍ଠ ନାଗରିକ ଗୃହ (ବୃଦ୍ଧାଶ୍ରମ)ରେ ଅନ୍ତେବାସୀ ସହିତ ନିଆରା ଢଙ୍ଗରେ ନୂଆଖାଈ ପର୍ବ ପାଳନ କରିଛନ୍ତି।ଏହି ଅବସରରେ ସମସ୍ତ ଅନ୍ତେବାସୀଙ୍କୁ ନୂଆବସ୍ତ୍ର ମଧ୍ୟ ପ୍ରଦାନ କରାଯାଇଥିଲା।ଶେଷରେ ଜିଲ୍ଲାପାଳ ସମସ୍ତ ପ୍ରଶାସନିକ ଅଧିକାରୀ ଅନ୍ତେବାସୀଙ୍କ ସହିତ ନୂଆ ଚାଉଳରେ ପ୍ରସ୍ତୁତ ନବାନ୍ନ ଖାଇଥିଲେ। ଜିଲ୍ଲାପାଲଙ୍କ ମହତ୍ ପଦକ୍ଷେପ ବୃଦ୍ଧାଶ୍ରମରେ ରହୁଥିବା ବରିଷ୍ଠ ନାଗରିକଙ୍କ ମନରେ ଅନେକ ଉତ୍ସାହ ଉଦ୍ଦିପନା ଆଣିଦେଇଛି।ଏହି ଅବସରରେ ଜିଲ୍ଲାପାଳଙ୍କ ସହିତ ବୌଦ୍ଧ ପ୍ରକଳ୍ପ ନିର୍ଦ୍ଦେଶକ ବବିତାରାଣୀ ଦଳବେହେରା,ବୌଦ୍ଧ ଡେପୁଟି କଲେକ୍ଟର ଅବିନାଶ ପାଣ୍ଡିଆ, ହରଭଙ୍ଗା ବି.ଡି.ଓ ସୁବାଷ ଯାନୀ,ବୌଦ୍ଧ ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ,ଆର୍କୀଟେକ ସୁମନ ଷଡଙ୍ଗୀ,ବ୍ଲକ ସହକାରୀ ଯନ୍ତ୍ରୀ ଅର୍ଜ୍ଜୁନ ଗଡନାୟକ,ବ୍ଲକ ସମାଜ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ ନାଏକ ପ୍ରମୁଖ ସାମିଲଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories