ହରଭଙ୍ଗା :କୋରୋନାକୁ ଦୃଷ୍ଟିରେ ରଖି ଶନିବାର ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ୭୪ତମ ସ୍ୱାଧିନତା ଦିବସକୁ ବ୍ଲକରେ ନିରାଡମ୍ବରପୂର୍ଣ୍ଣଭାବେ ପାଳନ କରାଯାଇଛି । ଲଗାଣବର୍ଷା ସତ୍ୱେ ବର୍ଷାରେ ଛତା ଧରି ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର ଜାତୀୟ ପତାକା ଉତୋଳନ କରିଥିଲେ ।ଆଜିର ଏହି ନିରାଡମ୍ବର ସ୍ୱାଧିନତା ଦିବସ ପାଳନ ଅବସରରେ ଅଧ୍ୟକ୍ଷଙ୍କ ସହିତ ବି.ଡି.ଓ ନୀଳକଣ୍ଠ ବେହେରା,ବ୍ଲକ ଉପାଧ୍ୟକ୍ଷ ରଶ୍ମିତା ମହାକୁଡ,ସମାଜ ସଂପ୍ରସାରଣ ଅଧିକାରୀ ପ୍ରଦୀପ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।
ହରଭଙ୍ଗା ବ୍ଲକସ୍ତରୀୟ ସ୍ୱାଧିନତା ଦିବସ ପାଳନ, ବର୍ଷାରେ ଛତାଧରି ଅଧ୍ୟକ୍ଷଙ୍କ ପତାକା ଉତ୍ତୋଳନ
Popular Categories



