www.samajalive.in
Saturday, December 13, 2025
23.1 C
Bhubaneswar

କଣ୍ଡରା, କାଚପାଜୁର ବିକାଶ ଓଗାଳିଛି ଘାଟିରାସ୍ତା; ଗୃହ ବିଭାଗ ନିର୍ଦ୍ଦେଶକୁ ପୂରିଲା ୩ବର୍ଷ, ନାଲିଫିତା ତଳେ କୋଟିଏ ଟଙ୍କା ପ୍ରସ୍ତାବ

ହରଭଙ୍ଗା : ଦେଶ ସ୍ୱାଧିନତା ହେବାର ବହୁବର୍ଷ ବିତିଯାଇଛି। ଏବେ ବି ଅନେକ ଅନ୍ଧାରୀମୂଲକ ଗାଁ ରହିଛି ଯେଉଁଠି ଲୋକଙ୍କ ପାଇଁ ବିକାଶ ସାତସପନ ହୋଇ ରହିଛି। ଏଭଳି ଦୁଇଟି ଗାଁ ହେଉଛି ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଆଦିବାସୀ/ହରିଜନ ବହୁଳ ଆଡେଣିଗଡ ପଞ୍ଚାୟତର ୭ନଂ ଏବଂ ୮ନଂ ୱାର୍ଡ ଅନ୍ତର୍ଗତ କଣ୍ଡରା ଏବଂ କାଚପାଜୁ ଗ୍ରାମ। ସାତଘାଟି ପାହାଡ ମଥାନରେ ରହିଥିବା କଣ୍ଡରା, ସାରୁପଦର, କାଚପାଜୁ, ବାଙ୍କପାଜୁ, ସୁଲକେଟି ଭଳି ୫ଟି ଗ୍ରାମରେ ଏକହଜାରରୁ ଅଧିକ ଲୋକେ ଏଠାରେ ପୁରୁଷ ପୁରୁଷ ଧରି ବସବାସ କରିଆସୁଛନ୍ତି। ଏମାନଙ୍କ ପାଇଁ ପାଦଚଲା ରାସ୍ତା ଖଣ୍ଡିଏ ନଥିବାରୁ ପାହାଡିଆ ଦୁର୍ଗମ ରାସ୍ତାରେ ଦୁଇଦିନ ଚାଲି ଚାଲି ଭତା, ଚାଉଳ ସଂଗ୍ରହ କରିଥାନ୍ତି। ବର୍ଷା ଦିନେ କାହାର ଦେହ ଖରାପ ହେଲେ ଭଗବାନଙ୍କ ଭରସାରେ ରୋଗୀକୁ ବଂଚିବାକୁ ପଡିଥାଏ। ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ଏଭଳି ଦୁର୍ଗମ ଅଂଚଳ ଗାଁର ଏକ ଅନୁସନ୍ଧାନମୂଳକ ରିପୋର୍ଟ ଗତ ୨୬ ନଭେମ୍ବର ୨୦୧୭ରେ ସମାଜ ରବିବାର ସଂଖ୍ୟାରେ ପ୍ରକାଶ ପାଇଥିଲା। ଖବର ପ୍ରକାଶିତ ପରେ ରାଜ୍ୟଗୃହ ମନ୍ତ୍ରାଳୟ ପକ୍ଷରୁ ସଂପୃକ୍ତ ଜିଲ୍ଲାପାଳଙ୍କୁ ଉକ୍ତ ଗାଁର ସୁବିଧା ଅସୁବିଧା ଉପରେ ତୁରନ୍ତ ଆକଳନ କରି ଏକ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଗୃହ ସଚିବଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁର ମୁଖ୍ୟ ସମସ୍ୟା ଘାଟି ରାସ୍ତା ନିର୍ମାଣ ଏବଂ ପାନୀୟଜଳ ସୁୁବିଧା ପାଇଁ ଏକ କୋଟି ଟଙ୍କାର ପ୍ରାଥମିକ ଆକଳନ କରାଯାଇ ଏକ ପ୍ରସ୍ତାବ ବିଭାଗକୁ ପ୍ରଦାନ କରାଯାଇଥିଲା। ମାତ୍ର ପ୍ରସ୍ତାବର ତିନି ବର୍ଷ ପରେ ବି କୋଟିଏ ଟଙ୍କାର ଆକଳନ ନାଲିଫିତା ତଳେ ଅଟକି ରହିବା ଘଟଣା ଦୁର୍ଗମ ଅଧିବାସୀଙ୍କୁ ବ୍ୟଥିତ କରିଛି। ଯାହାଫଳରେ ଯଥା ପୂର୍ବଂ ତଥା ପରଂ ସ୍ଥିତିରେ ଏଠକାର ଅଧିବାସୀମାନେ ଘାଟି ରସ୍ତାରେ ଦୁଇ ଦିନ ଅକ୍ଲାନ୍ତ ପରିଶ୍ରମ କରି ଚାଉଳ, ଭତା ସଂଗ୍ରହ କରିବା ଦୃଶ୍ୟ ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତି ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଗତ କିଛିଦିନ ତଳେ ପଞ୍ଚାୟତକୁ ଚାଉଳ ପାଇଁ ଆସିଥିବା କରୁଣାକଟର ମଲ୍ଲିକ, ଅଗସ୍ତି ମଲ୍ଲିକ, ଜନ୍ମେଯୟ ମଲ୍ଲିକ, ଦୁତିଆ ବେହେରା, ନିତିଆ ବେହେରା, ପ୍ରମୋଦା ମଲ୍ଲିକ, ନଟବର ମଲ୍ଲିକ, ପିତାମ୍ବର ମଲ୍ଲିକ, ମହେଶ୍ୱର ପ୍ରଧାନ ପ୍ରମୁଖ ଗରିବ ହିତାଧିକାରୀମାନେ ଏକ ଟ୍ରାକ୍ଟର ଯୋଗେ ନିଜର ଖାଉଟି ଚାଉଳ ନେବାପାଇଁ ଚେଷ୍ଟା କରିଥିଲେ। ମାତ୍ର ଦୁର୍ଗମ ପାହାଡିଆ ରାସ୍ତାରେ ଚାଉଳ ବୋଝେଇ ଟ୍ରାକ୍ଟର ଘାଟି ପୂର୍ବରୁ କାଦୁଅ ରାସ୍ତାରେ ଦବିଯାଇଥିଲା। ଫଳରେ ହିତାଧିକାରୀମାନେ ମୁଣ୍ଡରେ ଚାଉଳବସ୍ତା ମୁଣ୍ଡେଇ ପୁର୍ବପରି ସାତଘାଟି ପାହାଡ ଉପରକୁ ନିଜ ଖାଉଟି ସାମଗ୍ରୀ ନେଉଥିବା ଦେଖିବାକୁ ମିଳିଥିଲା।

ସୂଚନା ଥାଉ କି, ଏଭଳି ଖବର ପ୍ରସାରଣ ପରେ ବୌଦ୍ଧ ତତ୍କାଳୀନ ଜିଲ୍ଲାପାଳ ସୀତାଂଶୁ ରାଉତ ନିଜେ କଣ୍ଡରା, କାଚପାଜୁ ପଂହଚି ଏହି ଦୁର୍ଗମ ଅଧିବାସୀଙ୍କ ସମସ୍ୟା ପଚାରି ବୁଝିଥିଲେ। ତତ୍କାଳୀନ ସୁବିଧା ପାଇଁ ମନରେଗା ଯୋଜନାରେ ପ୍ରଥମ ଥର ପାଇଁ ୯ଲକ୍ଷ ଟଙ୍କା ବ୍ୟୟବରାଦରେ ରାସ୍ତା ନିର୍ମାଣ ଆରମ୍ଭ ହୋଇଥିଲା। କିଛିବାଟ ଘାଟି ରାସ୍ତା କଟାଯାଇ ରାସ୍ତା ନିର୍ମାଣ କରାଯାଇଥିଲା। ଅନ୍ୟପଟେ ସାଂସଦ ଏବଂ ବିଧାୟକ ପାଣ୍ଠିରୁ ଏହି ରାସ୍ତାକୁ ଦର୍ଶାଇ ଲକ୍ଷାଧିକ ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହେଉଛି। ସରକାର ୫ଟି ଗ୍ରାମବାସୀଙ୍କ ସୁବିଧା ଦୃଷ୍ଟିରୁ ତୁରନ୍ତ ସ୍ଥାୟୀ ରାସ୍ତା ନିର୍ମାଣ କରିବାକୁ ଗ୍ରାମର ମହେଶ୍ୱର ଦେହୁରୀ, ପୁରନ୍ଦର ଦେହୁରୀ ପ୍ରମୁଖ ଦାବୀ କରିଛନ୍ତି।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories