www.samajalive.in
Monday, December 8, 2025
24.1 C
Bhubaneswar

୭୯ ବର୍ଷରେ ନବୀନ; ଦଳକୁ ସଙ୍ଗଠିତ ରଖିବା ଆହ୍ବାନ

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଗୁରୁବାର ୭୯ତମ ଜନ୍ମଦିନ। ଏଥର ନବୀନଙ୍କ ଜନ୍ମଦିନକୁ ବିଜେଡି ସାରା ରାଜ୍ୟରେ ନିରାଡ଼ମ୍ବର ଭାବେ ପାଳନ କରିବ। ଭୁବନେଶ୍ବର ଗଙ୍ଗନଗରରେ ଦଳ ପକ୍ଷରୁ ହେବାକୁ ଥିବା ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମରେ ନବୀନ ସାମିଲ ହେବେ। ସେଠାରେ କିଛି ସମୟ ରହି ପିଲାଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବେ। ଏହାପରେ ସେ ଏସଓଏସ ଭିଲେଜ୍ ଯାଇ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବେ।

୧୯୪୬ ଅକ୍ଟୋବର ୧୬ରେ କଟକରେ ଜନ୍ମିତ ନବୀନ ଜୀବନର ୫୦ ବର୍ଷରୁ ଊର୍ଦ୍ଧ୍ବ କାଳ ରାଜନୀତିରୁ ଦୂରରେ ଥିଲେ। ପିତା ବିଜୁ ବାବୁଙ୍କ ମୃତ୍ୟୁ ପରେ ଆକସ୍ମିକ ଭାବେ ରାଜନୀତିରେ ପ୍ରବେଶ କରିଥିଲେ। ୧୯୯୭ରେ ବିଜେଡି ଗଠନ ହୋଇଥିଲା। ସାଂସଦ ଓ କେନ୍ଦ୍ରମନ୍ତ୍ରୀ ରହିବା ପରେ ନବୀନ ଲଗାତାର ୫ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ କରିଥିଲେ। ୨୪ ବର୍ଷ ଶାସନ କ୍ଷମତାରେ ରହିବା ପରେ ୨୦୨୪ ନିର୍ବାଚନରେ ବିଜେଡି କ୍ଷମତାଚ୍ୟୁତ ହୋଇଥିଲା। ଦୁଇଟି ଆସନରୁ ନିର୍ବାଚନ ଲଢ଼ୁଥିବା ନବୀନ ନିଜର ପାରମ୍ପରିକ ହିଞ୍ଜିଳି ଆସନରୁ ଜିତିଥିଲେ ବି କଣ୍ଟାବାଞ୍ଜି ଆସନରୁ ପରାଜିତ ହୋଇଥିଲେ। ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ରାଜ୍ୟରେ ଅପରାଜେୟ ନେତା ଭାବେ ପରିଗଣିତ ହେଉଥିବା ନବୀନଙ୍କୁ ପ୍ରଥମଥର ପରାଜୟର ସ୍ବାଦ ଚାଖିବାକୁ ପଡ଼ିଥିଲା। ଏବେ ବିଜେଡି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଓ ନବୀନ ବିରୋଧୀ ଦଳ ନେତା। ଗୁରୁତ୍ବପୂର୍ଣ୍ଣ କଥା ହେଲା, ନବୀନ ଏବେ ବି ବିଜେଡିର ନେତୃତ୍ବ ନେଉଛନ୍ତି।

- Advertisement -

ସେ କାହାକୁ ତାଙ୍କ ଉତ୍ତରାଧିକାରୀ କରିନାହାନ୍ତି। ଆଗକୁ ବିଜେଡିର ନେତୃତ୍ବ କିଏ ନେବ ଏବଂ ଦଳର ଭବିଷ୍ୟତ କ’ଣ ହେବ ସେନେଇ ନେତା ଦ୍ବନ୍ଦ୍ବରେ ରହିଛନ୍ତି। ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିର ଉଭୟ ଦଳ ଓ ସଙ୍ଗଠନକୁ ସଙ୍ଗଠିତ ଏବଂ ମଜଭୁତ କରି ରଖିବା ଏବେ ନବୀନଙ୍କ ପାଇଁ ବଡ଼ ଆହ୍ବାନ ହୋଇଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories