www.samajalive.in
Friday, December 12, 2025
16.1 C
Bhubaneswar

“କାର୍ତ୍ତିକ ଆର୍ଯ୍ୟନ”ଙ୍କୁ ଜନ୍ମଦିନର ଶୁଭେଚ୍ଛା

ସମାଜ ଲାଇଭ ବ୍ୟୁରୋ(ରାଜେଶ ଚନ୍ଦ୍ର ବେହେରା) : ବଲିଉଡ଼ର ଚକଲେଟ୍ ବୟ ନାମରେ ଜଣାଶୁଣା “କାର୍ତ୍ତିକ ଆର୍ୟ୍ୟନ” ଶୁକ୍ରବାର ୨୯ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେ ୧୯୯୦ମସିହା ନଭେମ୍ବର ୨୨ତାରିଖ‌ରେ ମଧ୍ୟପ୍ରଦେଶର ଗ୍ବାଲିଅର ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୂର୍ବନାମ ଥିଲା କାର୍ତ୍ତିକ ତିୱାରୀ ଯାହାକୁ ପରବର୍ତ୍ତି ସମୟରେ ସେ ପରିବର୍ତ୍ତନ କରି “କାର୍ତ୍ତିକ ଆର୍ୟ୍ୟନ” ରଖିଛନ୍ତି। କାର୍ତ୍ତିକଙ୍କର ଉଭୟ ମାତା ଓ ପିତା ଡାକ୍ତର ଅଟନ୍ତି। ତାଙ୍କର ପିତା ଶିଶୁରୋଗ ବିଶେଷଜ୍ଞ ହୋଇଥିବାବେଳେ ମାତା ତ୍ସୀରୋଗ ବିଶେଷଜ୍ଞ। ସେ ପ୍ରଥମେ ନାଭି ମୁମ୍ବଇରେ ଥିବା ଡି ୱାଇ ପାଟିଲ କଲେଜ ଅଫ ଇଞ୍ଜିନିୟରିଂରେ ଶିକ୍ଷାଲାଭ କାରି ସେଠାରୁ ବାୟୋଟେକ୍ନାଲୋଜୀରେ ଡ଼ିଗ୍ରୀ ହାସଲ କରିଥିଲେ।

pic courtesy-box office india

ପରେ ପରେ ମଡେଲିଂରୁ ନିଜର କ୍ୟାରିୟର ଆରମ୍ଭ କରି ପରବର୍ତ୍ତି ସମୟରେ ବଲିଉଡ଼ରେ ପାଦ ରଖିଥିଲେ। କାର୍ତ୍ତିକ  ୨୦୧୧ମସିହାରେ ଲଭ ରଞ୍ଜନଙ୍କ ବଲିଉଡ଼୍ ଚଳଚ୍ଚିତ୍ର “ପ୍ୟାର କା ପଞ୍ଚନାମା”ରୁ ନିଜର ବଲିଉଡ଼୍ ଯାତ୍ରା ଆରମ୍ଭ କରିଥିଲେ। ଯାହା ଦର୍ଶକମାନଙ୍କୁ ବେଶ୍ ପସନ୍ଦ ଆସିବା ସହିତ ବକ୍ସ ଅଫିସରେ ବ୍ଲକ ବ୍ଲଷ୍ଟର ହିଟ୍ ହୋଇଥିଲା। ଏହାପରଠାରୁ ସେ ଆଉ ପଛକୁ ଫେରି ଚାହିଁନଥିଲେ। “ପ୍ୟାର କା ପଞ୍ଚନାମା”ର ହିଟ୍ ପରଠାରୁ ସେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଅତିକ୍ରମ କରିବାରେ ଲାଗିଛନ୍ତି।

- Advertisement -
pic courtesy-ndtv movies

“କାର୍ତ୍ତିକ ଆର୍ୟ୍ୟନ”ଙ୍କର ଅଭିନୀତ ବଲିଉଡ଼୍ ଚଳଚ୍ଚିତ୍ର ମଧ୍ୟରେ ରହିଛି – ପ୍ୟାର କା ପଞ୍ଚନାମା(୨୦୧୧), ଆକାଶ ବାଣୀ(୨୦୧୩), କାଞ୍ଚି(୨୦୧୪), ପ୍ୟାର କା ପଞ୍ଚନାମା-୨(୨୦୧୫), ଶିଲଭାତ(୨୦୧୬)ସର୍ଟ ଫିଲ୍ମ, ଗେଷ୍ଟ ଇନ୍ ଲଣ୍ଡନ(୨୦୧୭), ସୋନୁ କେ ଟିଟୁ କେ ସ୍ବିଟି(୨୦୧୮), ଲକା ଛୁପି(୨୦୧୯)-(ଯାହା ଜବରଦସ୍ତ ହିଟ୍ ହୋଇଥିଲା)।

pic courtesy-the financial express

ସେହିଭଳି “କାର୍ତ୍ତିକଙ୍କର ଆଗକୁ ମୁକ୍ତିଲାଭର ଅପେକ୍ଷାରେ ଥିବା ଚଳଚ୍ଚିତ୍ର ମଧ୍ୟରେ ରହିଛି- ‘ଭୁଲ-ଭୁଲୈୟା-୨’, ‘ଲଭ୍ ଆଜ୍ କଲ୍-୨’, ‘ପତି ପତ୍ନୀ ଔର୍ ୱୋ’ ଭଳି ଅନେକ ଚଳଚ୍ଚିତ୍ର।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories