ସିନ୍ଧେକେଲା : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଦେଢଗାଁ ପଂଚାୟତ ପୁଡାପାଲି ଗ୍ରାମରେ ଆଜି ଜଣେ ବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଦେଢଗାଁ ପଂଚାୟତ ପୁଡାପାଲି ଗ୍ରାମର ଟିକେ ନାଗ(୩୫) ଗତକାଲିରୁ ନିଖୋଜ ଥିଲେ। ଗୁରୁବାର ଗାଁ ଲୋକେ ଜମି ଆଡକୁ ଯାଇଥିବା ବେଳେ ସେଠାରେ ଝୁଲନ୍ତା ଅବସ୍ଥାରେ ଏକ ମୃତଦେହ ଥିବା ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ପରେ ପରିବାର ଲୋକେ ପହଞ୍ଚି ମୃତକ ଜଣଙ୍କ ଟିକେ ବୋଲି ଚିହ୍ନଟ କରିଥିଲେ। କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି। ସିନ୍ଧେକେଲା ପୁଲିସ ସୂଚନା ପାଇ ଶବକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ ଡାକ୍ତରଖାନାକୁ ପଠାଇଛି। ଏନେଇ ସିନ୍ଧେକେଲା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।
Popular Categories



