www.samajalive.in
Monday, December 8, 2025
27.1 C
Bhubaneswar

ବୃଦ୍ଧାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଡ଼ସାହି : ମାଧପୁର ପଞ୍ଚାୟତ ଆରପଟ୍ଟା ଗ୍ରାମର ସ୍ୱର୍ଗତ ପରେଶ ଚନ୍ଦ୍ର ପାତ୍ରଙ୍କ ପତ୍ନୀ କଂସମଣୀ(୭୦)ଙ୍କ ଝୁଲନ୍ତା ମୃତଦେହକୁ ବଡ଼ସାହି ପୁଲିସ ଉଦ୍ଧାର କରିଛି। ମୃତା କଂସମଣୀ ସବୁଦିନ ଭଳି ଗତରାତିରେ ଖାଇପିଇ ଶୋଇଥିଲେ। ତେବେ ସକାଳେ ଘର ଭିତରେ ତାଙ୍କର ଝୁଲନ୍ତା ମୃତଦେହ ଦେଖି ପରିବାର ଲୋକ ପୁଲିସକୁ ଖବର ଦେଇଥିଲେ। ବେକରେ ଦଉଡ଼ି ଦେଇ ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଥିଲେ ହେଁ ପାରିପାର୍ଶ୍ବିକ ସ୍ଥିତି ସନ୍ଦେହଜନକ ରହିଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ ପୂର୍ବକ ଶବବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଏସଆଇ ସନ୍ତୋଷ କୁମାର ବିଶୋୟୀ କହିଛନ୍ତି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories