www.samajalive.in
Friday, December 5, 2025
17.1 C
Bhubaneswar

ଫାଶୀ ଦେଇ ମହିଳାଙ୍କ ଆତ୍ମହତ୍ୟା  କରିଥିବା ଅଭିଯୋଗ

କଲମପୁର:   ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ଥିବା ଏକ ପାହାଡରେ ଜନୈକ ମହିଳା ଏକ ଗଛ ଡାଳରେ ନିଜ ପିନ୍ଧା ଲୁଗାରେ ଫାଶି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମହିଳାଙ୍କ ପରିବାର ଲୋକଏନେ ଇ ପୁଲିସକୁ ସୂଚନା ଦେବା ଓ ପୁଲିସ ମୃତ ମହିଳାଙ୍କ ଶବ ଉଦ୍ଧାର କରିଛି ।

ସୂଚନା ଅନୁସାରେ ଥୁଆମୁଳ ରାମପୁର ବ୍ଲକ ଅନ୍ତର୍ଗତ କାରବାଡି ଗ୍ରାମର ମନ୍ଦର ମାଝୀଙ୍କ ସ୍ତ୍ରୀ କାନ୍ଦରୀ ୧୯ ବର୍ଷ କୌଣସି କାରଣରୁ ଗତ ଗୁରୁବାର ଦିନ ଘରେ କାହାକୁ କିଛି ନ ଜଣାଇ ନିଖୋଜ ହେଇଯାଇଥିଲା। ପରିବାର ଲୋକ ତାର ଖୋଜା ଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନ ଥିଲେ। ଏପରିକି ମହିଳା ନିଜ ବାପ ଘର ଲିଟିମସ୍କାକୁ ଚାଲିଯାଇଥିବା ଭାବି ସେଠାକୁ ଯାଇ ଖୋଜି ଥିଲେ ମଧ୍ୟ ବାପ ଘର ଲୋକ ଝିଅ ଘରକୁ ଯାଇ ନ ଥିବା ସୂଚନା ଦେଇଥିଲେ। ଏଭଳିସ୍ଥିତିରେ ଗତ ମଙ୍ଗଳବାର ସଂଧ୍ୟାର ଗାଁ ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ପାହାଡର କେ ଚାହାଁର ଗଛ ଡାଳରେ ମହିଳା ଜଣକ ନିଜ ପିନ୍ଧାଲୁଗାରେ ଫାଶି ଦେଇ ଆତ୍ମହତ୍ୟା କରିଥିବା ପରିବାର ଲୋକ କୌଣସି ସୂତ୍ରରୁ ସୂଚନା ପାଇ ଘଟଣାସ୍ଥଳରେ ପହଂଚିଥିଲେ। ତୁରନ୍ତ ଏନେଇ ଥୁଆମୁଳ ରାମପୁର ଥାନାକୁ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଲରେ ପହଂଚି ଶବ ଜବତ କରିବା ପରେ ପଂଚନାମା କରି ଶବଟି ପଚିଯାଇଥିବାରୁ ବୁଧବାର ସଂଧ୍ୟାରେ ଘଟଣାସ୍ଥଳରେ ଶବର ବ୍ୟବଚ୍ଛେଦ କରାଯାଇଥିଲା।

- Advertisement -

ଏନେଇ ଥୁଆମୁଳ ରାମପୁର ପୁଲିସ ତରଫରୁ ଏକ ଆତ୍ମହତ୍ୟା ଜନିତ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories