www.samajalive.in
Monday, December 15, 2025
16.1 C
Bhubaneswar

ବ୍ୟାଟେରୀ ଚାଳିତ ସାଇକେଲ ପାଇଁ ଭିନ୍ନକ୍ଷମ ରବୀନ୍ଦ୍ର ପ୍ରଶାସନର ଦ୍ୱାରସ୍ଥ

ବଲାଙ୍ଗିର: ବଲାଙ୍ଗିର ଜିଲା କଣ୍ଟାବାଞ୍ଜିରେ ରହୁଥିବା ଭିନ୍ନକ୍ଷମ ବ୍ୟବସାୟୀ ବ୍ୟାଟେରୀ ଚାଳିତ ସାଇକେଲ ପାଇଁ ଜିଲାପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଭିନ୍ନକ୍ଷମ ହୋଇଥିଲେ ସୁଦ୍ଧା ସେ ନିଜ ପରିବାର ଚଳାଇବା ପାଇଁ ଏକ ଛୋଟ ବ୍ୟବସାୟ ଚଲାଇଛନ୍ତି। ତାଙ୍କ ପାଖରେ ବ୍ୟାଟେରୀ ଚାଳିତ ସାଇକେଲ କିଣିବା ପାଇଁ ଅର୍ଥ ନ ଥିବା ବେଳେ ଜିଲା ପ୍ରଶାସନଙ୍କୁ ସହାୟତା ନିବେଦନ କରିଛନ୍ତି।

ସୂଚନା ଅନୁସାରେ, କଣ୍ଟାବାଞ୍ଜି ମହାନ୍ତିପଡାରେ ରହୁଥିବା ରବୀନ୍ଦ୍ର ମହାନ୍ତି ଜଣେ ଭିନ୍ନକ୍ଷମ ବ୍ୟକ୍ତି। ୧୯୯୬ରେ ହୋଇଥିବା ଏକ ଦୁର୍ଘଟଣାରେ ସେ ନିଜ ଗୋଡ ହରାଇଥିଲେ। ତଥାପି ସେ ହାର ନ ମାନି ପରିବାର ଚଲାଇବା ପାଇଁ ଘରେ ଏକ ଛୋଟ ବ୍ୟବସାୟ ଚଳାଉଛନ୍ତି। ତେବେ ତାଙ୍କ ପାଖରେ ଥିବା ଭିନ୍ନକ୍ଷମ ସାଇକେଲ ନଷ୍ଟ ହୋଇଯାଇଥିବା ବେଳେ ଏକ ନୂଆ ସାଇକେଲ ପାଇଁ ଜିଲା ପ୍ରଶାସନର ସହାୟତା ମାଗିଛନ୍ତି। ତାଙ୍କୁ ଏକ ବ୍ୟାଟେରୀ ଚାଳିତ ସାଇକେଲ ଯୋଗାଇଦେଲେ ସେ ନିଜ ବ୍ୟବସାୟ କରିବାରେ କିଛି ସୁବିଧା ପାଇପାରିବେ ବୋଲି କହିଛନ୍ତି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories