www.samajalive.in
Wednesday, December 10, 2025
15.1 C
Bhubaneswar

ହମାସ୍‌ ନେତାଙ୍କ ବିଳାସପୂର୍ଣ୍ଣ ଜୀବନ: ସିନୱାର ପତ୍ନୀଙ୍କ ହ୍ୟାଣ୍ଡବ୍ୟାଗ ମୂଲ୍ୟ ୨୭ ଲକ୍ଷ

ତେଲଆଭିଭ୍‌: ପାଲେଷ୍ଟାଇନର ଗାଜାରେ ହମାସ ଆତଙ୍କବାଦୀଙ୍କ କାର‌୍ୟ୍ୟ ସାଧାରଣ ଜନତାଙ୍କ ଜୀବନ ଦୁର୍ବିସହ କରିଛି। ଆତଙ୍କବାଦୀ କାର‌୍ୟ୍ୟକଳାପ ଯୋଗୁଁ ଲୋକେ ଖାଇବାକୁ ପାଉ ନାହାନ୍ତି କି ମୁଣ୍ଡ ଗୁଞ୍ଜିବାକୁ ତମ୍ବୁ ଖଣ୍ଡେ ପାଉ ନାହାନ୍ତି। ମାତ୍ର ହମାସ ଆତଙ୍କବାଦୀ ସଂଗଠନର ନେତାମାନେ କିପରି ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି ତାହା ସଂଗଠନ ମୁଖ୍ୟଙ୍କ ପତ୍ନୀ ବ୍ୟବହାର କରୁଥିବା ହ୍ୟାଣ୍ଡବ୍ୟାଗରୁ ଜଣାପଡିଛି। ଇସ୍ରାଏଲର ଆକ୍ରମଣରେ ପ୍ରାଣ ହରାଇଥିବା ହମାସ ଆତଙ୍କବାଦୀ ସଂଗଠନ ମୁଖ୍ୟ ୟାହା ସିନୱାର ଓ ତାର ପତ୍ନୀ ସମ୍ପର୍କିତ ଏକ ଭିଡିଓକୁ ଇସ୍ରାଏଲ ଶନିବାର ଜାରି କରିବା ପରେ ଏହା ଜଣାପଡିଛି। ଇସ୍ରାଏଲ ସେନା ଜାରି କରିଥିବା ଭିଡିଓଟି ଗତବର୍ଷ ଅକ୍ଟୋବର ୬ ତାରିଖର। ଏହି ଭିଡିଓରେ ଦେଖାଯାଇଛି ଯେ ହମାସର ପୂର୍ବତନ ମୁଖ୍ୟ ସିନୱାର ଓ ତାର ପତ୍ନୀ ଆତ୍ମଗୋପନ ଲାଗି ଏକ ସୁଡଙ୍ଗ ଭିତରକୁ ପ୍ରବେଶ କରୁଛନ୍ତି। ଏହି ସମୟରେ ସିନୱାରର ପତ୍ନୀ ସାମର ମୁହାମ୍ମଦ ଅବୁ ଜମାର ଏକ ଦାମୀ ହ୍ୟାଣ୍ଡବ୍ୟାଗ ଧରିଥିବା ଦେଖାଯାଇଛି। ସେ ଧରିଥିବା ହର୍ମସ୍‌ ପ୍ୟାରିସ୍‌ର ବିର୍କିନ ବ୍ୟାଗର ମୂଲ୍ୟ ହେଉଛି ୩୦ହଜାର ଡଲାର (ପ୍ରାୟ ୨୭ଲକ୍ଷ ଟଙ୍କା)। ଗତବର୍ଷ ଅକ୍ଟୋବର ୭ରେ ହମାସ ଆତଙ୍କବାଦୀ ସଂଗଠନ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣ ଯୋଜନା ପୂର୍ବରୁ ହମାସର ନେତାମାନେ ସୁଡଙ୍ଗ ମଧ୍ୟକୁ ଚାଲିଯାଇଥିଲେ। ସୁଡଙ୍ଗ ମଧ୍ୟକୁ ସିନୱାର ସହିତ ତାର ପତ୍ନୀ ଯାଉଥିବା ସମୟର ଭିଡିଓ ଇସ୍ରାଏଲ ସେନାର ହସ୍ତଗତ ହେବା ପରେ ଏହାକୁ ସାର୍ବଜନୀନ କରାଯାଇଛି। ସିନୱାର ୨୦୧୧ରେ ଅବୁ ଜମାରକୁ ବିବାହ କରିଥିଲା। ସେମାନଙ୍କର ତିନି ସନ୍ତାନ ଅଛନ୍ତି। ଗତବର୍ଷ ହମାସର ଆକ୍ରମଣ ପରେ ଇସ୍ରାଏଲ ଗାଜାସ୍ଥିତ ହମାସ ଆତଙ୍କବାଦୀ ସଂଗଠନର ଆଡ୍ଡାଗୁଡିକ ଉପରେ ବର୍ଷାଧିକ କାଳ ଆକ୍ରମଣ ଚଳାଇଛି। ଏହି ଆକ୍ରମଣରେ ହମାସର ମୁଖିଆ ୟାହା ସିନୱାର ସହିତ ଏହାର ଅନେକ ବରିଷ୍ଠ କମାଣ୍ଡର ପ୍ରାଣ ହରାଇଲେଣି। ଏପରିକି ଇସ୍ରାଏଲର ଆକ୍ରମଣରେ ଗାଜାରେ ବସବାସ କରୁଥିବା ହଜାର ହଜାର ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଲେଣି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories