www.samajalive.in
Saturday, December 6, 2025
17.1 C
Bhubaneswar

ବଜେଟ ଅଧିବେଶନ ପୂର୍ବରୁ ‘ହାଲୱା’ ଉତ୍ସବ ; ୧ରେ ଆଗତ ହେବ ୨୦୨୧-୨୨ ଆର୍ଥିକ ବଜେଟ୍

ନୂଆଦିଲ୍ଲୀ: ଆସନ୍ତା ୨୯ ତାରିଖରୁ ବସିବ ସଂସଦର ବଜେଟ ଅଧିବେଶନ । ଆସନ୍ତା ୧ ତାରିଖରେ ଆଗତ ହେବ ଦେଶର ବଜେଟ।  ବଜେଟ ପ୍ରସ୍ତୁତି ପରମ୍ପରାରେ ବ୍ରିଫକେଶ ପରମ୍ପରାର ଉଚ୍ଛେଦ କରାଯାଇ ନାଲି କପଡ଼ାରେ ବଜେଟ ଆଣିବା ସତ୍ବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ହାଲୱା ଉତ୍ସବକୁ ବନ୍ଦ କରି ନାହାନ୍ତି । ବଜେଟ୍ ପୂର୍ବରୁ ହାଲୱା ଉତ୍ସବ ଆଜି ଅନୁଷ୍ଠିତ ହେବ ।

ଚଳିତ ବର୍ଷ କରୋନା ଯୋଗୁ ସଂସଦ ବୈଠକ ମୌସୁମୀ ଅଧିବେଶନ ପରି ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଗୋଟିଏ ଓଳି ଲୋକସଭା ଅଧିବେଶନ ଚାଲିବ ଓ ଅନ୍ୟ ଓଳି ରାଜ୍ୟସଭା ଅଧିବେଶନ । ସେହିପରି ବଜେଟ ଅଧିବେଶନ ୨୯ ତାରିଖରେ ଅନୁଷ୍ଠିତ ହେଉଥିଲେ ମଧ୍ୟ ୩୦ ତାରିଖରେ ଭରଚ୍ୟୁଆଲ ମାଧ୍ୟମରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ ।

- Advertisement -

ଅନୁରୂପ ଭାବରେ ଚଳିତ ବର୍ଷ ସଂସଦର ବଜେଟ୍ ଅଧିବେଶନ ଜାନୁଆରୀ ୨୯ରୁ ରୁ ଆରମ୍ଭ ହୋଇ ଦୁଇ ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ଭାଗ ଫେବୃଆରୀ ୧୫ ରେ ଶେଷ ହେବ ଏବଂ ଦ୍ୱିତୀୟ ଭାଗ ମାର୍ଚ୍ଚ ୮ ରୁ ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବ। ସଂସଦର ରାଜ୍ୟସଭା ଗୃହ ସକାଳେ ଏବଂ ଲୋକସଭା ଅଧିବେଶନ ସନ୍ଧ୍ୟାରେ ହେବ ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories