www.samajalive.in
Monday, December 8, 2025
24.1 C
Bhubaneswar

କରୋନା ପରିସ୍ଥିତି ଉପରେ ନିର୍ଭର କରିବ ୨୦୨୧ ହଜ୍‍ ତୀର୍ଥଯାତ୍ରା

ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ୍‍ ନକ୍‍ବୀ କହିଛନ୍ତି, ୨୦୨୧ ହଜ୍‍ ତୀର୍ଥଯାତ୍ରା ଜାତୀୟ ଓ ଆନ୍ତର୍ଜାତିକ ନିର୍ଦ୍ଦେଶାବଳୀ ଉପରେ ନିର୍ଭର କରେ। କୋଭିଡ-୧୯ ଦୃଷ୍ଟିରୁ ମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଇଛନ୍ତି। ନୂଆଦିଲ୍ଲୀରେ ୨୦୨୧ ହଜ୍‍ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ନକ୍‍ବୀ କହିଛନ୍ତି, ୨୦୨୧ ହଜ୍‍ ତୀର୍ଥ ଯାତ୍ରା ଆସନ୍ତା ବର୍ଷ ଜୁନ୍‍-ଜୁଲାଇ ମାସରେ ହେବା ପାଇଁ କାର୍ଯ୍ୟସୂଚୀ ନିର୍ଦ୍ଧାରିତ ହୋଇଛି। କିନ୍ତୁ କରୋନା ଯୋଗୁଁ ସାଉଦି ଆରବ ସରକାରଙ୍କ ଦ୍ୱାରା ଜାରି କରାଯିବାକୁ ଥିବା ଆବଶ୍ୟକ ନିର୍ଦ୍ଦେଶାବଳୀ ଅନୁସାରେ ଭାରତ ସରକାର ଯେ କୌଣସି ନିଷ୍ପତ୍ତି ନେବେ।

ସେ କହିଛନ୍ତି, ଭାରତୀୟ ହଜ୍‍ କମିଟି ଓ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକ ଦ୍ୱାରା ୨୦୨୧ ହଜ୍‍ ତୀର୍ଥଯାତ୍ରା ବିଷୟରେ ଆବଶ୍ୟକ ସୂଚନା ଯୋଗାଇ ଦିଆଯିବ। ତେବେ ଏହା ପୂର୍ବରୁ ସାଉଦିଆରବ ସରକାରଙ୍କୁ ହଜ୍‍ ତୀର୍ଥ ଯାତ୍ରା ପ୍ରସ୍ତୁତି ସଂକ୍ରାନ୍ତରେ ଯାହା କିଛି ନିଷ୍ପତ୍ତି ନେବାକୁ ପଡ଼ିବ। ଆବଶ୍ୟକ ନିର୍ଦ୍ଦେଶାବଳୀ ଦୃଷ୍ଟିରୁ ସମଗ୍ର ହଜ୍‍ ତୀର୍ଥ ଯାତ୍ରା ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ ଘଟିପାରେ ବୋଲି ସେ ମତ ଦେଇଛନ୍ତି। ତାହା ମଧ୍ୟରେ ତୀର୍ଥ ଯାତ୍ରୀମାନଙ୍କର ରହିବା, ଯାତ୍ରା, ସ୍ୱାସ୍ଥ୍ୟ ସେବା ଓ ସେମାନଙ୍କୁ ଯୋଗାଇ ଦିଆଯାଉଥିବା ଅନ୍ୟାନ୍ୟ ସୁବିଧା ପ୍ରଭୃତି ଅନ୍ତର୍ଭୁକ୍ତ।

- Advertisement -

ନକ୍‍ବୀ କହିଛନ୍ତି, ତୀର୍ଥ ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ। ସେ କହିଛନ୍ତି, ତୀର୍ଥ ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟର ସୁରକ୍ଷା ଦିଗରେ ଭାରତ ସରକାର ଓ ହଜ୍‍ କମିଟି ଆବଶ୍ୟକ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଛନ୍ତି। ହଜ୍‍ ତୀର୍ଥଯାତ୍ରା ପ୍ରକ୍ରିୟାର ସମ୍ପୂର୍ଣ୍ଣ ଡିଜିଟାଇଜେସନ୍‍ ଯୋଗୁଁ ୨ ହଜାର ୧୦୦ କୋଟି ଟଙ୍କା ପ୍ରତ୍ୟେକ୍ଷ ହସ୍ତାନ୍ତରଣ ବ୍ୟବସ୍ଥା ମାଧ୍ୟମରେ ୧ ଲକ୍ଷ ୨୩ ହଜାର ତୀର୍ଥଯାତ୍ରୀଙ୍କୁ ଫେରସ୍ତ କରାଯାଇଛି। କରୋନା ଯୋଗୁଁ ୨୦୨୦ ହଜ୍‍ ତୀର୍ଥଯାତ୍ରାକୁ ବାତିଲ କରାଯାଇଥିଲା। ସାଉଦିଆରବ ସରକାର ମଧ୍ୟ ୧୦୦ କୋଟି ଟଙ୍କା ପରିବହନ ବାବଦରେ ଫେରସ୍ତ କରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories