www.samajalive.in
Monday, December 8, 2025
16.1 C
Bhubaneswar

୩ ବର୍ଷରେ ନିର୍ମାଣ ହୋଇଛି ୩ କିମି : ଅଧପନ୍ତରିଆ ରାସ୍ତାର ତୁରନ୍ତ କାର୍ଯ୍ୟ  ଆରମ୍ଭ ପାଇଁ ୫ ଗ୍ରାମବାସୀଙ୍କ ଦାବି

ଫୁଲବାଣୀ : କନ୍ଧମାଳ ଜିଲ୍ଲା  ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ସଲାଗୁଡ଼ା ପଂଚାୟତର ନେଡ଼ିପଦର ଠାରୁ ଗୋଛାପଡ଼ା ପର୍ଯ୍ୟନ୍ତ ପ୍ରାୟ ୬ କିଲୋମିଟରରୁ ଉର୍ଦ୍ଧ ରାସ୍ତା ରାସ୍ତା ନିର୍ମାଣ ପାଇଁ ଗତ ଦିନରେ ଅଞ୍ଚଳବାସୀ ବାରମ୍ବାର ଦାବି କରିବା ପରେ ଗତ ୪ ବର୍ଷ ତଳେ ଏହାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ୍ କରି କାର୍ଯ୍ୟ ଆରମ୍ଭ ହୋଇଥିଲା। ଏକ ଠିକାସଂସ୍ଥା ଦ୍ୱାରା ଆରମ୍ଭ ହୋଇଥିବା ଏହି ରାସ୍ତା କାମ ଆରମ୍ଭ ହେଲା କିନ୍ତୁ ଆଜି ପର୍ଯ୍ୟନ୍ତ ଶେଷହେବାର ନାମ ଧରୁନାହିଁ। ଏପରିକି ଏହାକୁ ନେଇ ଅଞ୍ଚଳବାସୀ ବାରମ୍ବାର ଦାବିକରିଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ଅଧପନ୍ତରିଆ ହୋଇ ରହିଛି। ୩ ବର୍ଷରେ ମାତ୍ର ୩ କିଲୋମଟର ରାସ୍ତା କାମ ହୋଇଛି ତାହା ମଧ୍ୟ କେବଳ ମରୁମ୍ ପକାଇ ଛାଡ଼ିଦିଆଯାଇଛି। ଫଳରେ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ପ୍ରାୟ ୫ଟି ଗ୍ରାମ ନେଡ଼ିପଦର, କୁମ୍ଭାରିଖୋଲ, ଖେତାପାଜୁ, ଜଳାପଦର, ବଦାପାଜୁ ଆଦି ଗ୍ରାମବାସୀ ମାନେ ବର୍ତ୍ତମାନ ଯାତାୟତ ପାଇଁ ତ୍ରାହି ତ୍ରାହି ଡ଼ାକିଲେଣି। ଉକ୍ତ କାର୍ଯ୍ୟରେ ମରାଯାଇଥିବା ଏକ ବୋର୍ଡ଼ ପ୍ରକାରେ ଏହା ପ୍ରାୟ ୨ କୋଟି ୧୮ ଳକ୍ଷ ୯୩ ହଜାର ଟଙ୍କାର କାମ ହୋଇଥିବା ବେଳେ ଏହା ୨୦୧୮ ଜୁଲାଇରୁ ଆରମ୍ଭ ହୋଇ ୨୦୧୯ ମାର୍ଚ୍ଚରେ ଶେଷ ହେବା କଥା। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ରାସ୍ତାର କେବଳ ତିନି କିଲୋମିଟର ପର୍ଯ୍ୟନ୍ତ ମରମ୍ ପକା ଯାଇଛି। ଫଳରେ ରାସ୍ତାର ଅନେକ ସ୍ଥାନରେ ଯାତାୟତ ଅସମ୍ଭବ ହୋଇ ପଡୁଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ତେବେ ରାସ୍ତା ଅଧପନ୍ତରିଆ ନେଇ  ଓ ତୁରନ୍ତ ଏହାର ମରାମତି କରିବା ପାଇଁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନା ବିଭାଗ ନା ଠିକାଦାର କେହି ମଧ୍ୟ କର୍ଣ୍ଣପାତ କରୁନଥିବାର ଅଭିଯୋଗ କରିଛନ୍ତି ବଦାପାଜୁ ୱାର୍ଡ଼ ସଭ୍ର ଡ଼କଣା କହଁର। ସେହିଭଳି ନେଡ଼ିପଦର ଠାରେ ତିତିଲି ବନ୍ୟା ସମୟରେ ଏକ କଭଲଟ୍ ଧୋଇ ହୋଇ ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ନିର୍ମାଣ ହୋଇ ପାରୁନାହିଁ। ଫଳରେ ବାଧ୍ୟ ହୋଇ ଅଞ୍ଚଳବାସୀ ଗୁରୁତର ରୋଗୀ ମାନଙ୍କୁ ଖଟିଆରେ କିମ୍ବା ଟୋକେଇରେ ବୋହି ନେବା ଆଣିବା କରୁଛନ୍ତି। ରାସ୍ତା ଖରାପ ଯୋଗୁଁ ଗ୍ରାମକୁ ଆଜି ପର୍ଯ୍ୟନ୍ତ ୧୦୮ କିମ୍ବା ୧୦୨ ଆମ୍ବୁଲାନ୍ସ ଆସିପାରୁନାହିଁ ବୋଲି ଗ୍ରାମର ଅଧିବାସୀ ମାନେ ଅଭିଯୋଗ କରିଛନ୍ତି। ସେହିଭଳି ତୁରନ୍ତ ରାସ୍ତାକାମ ଶେଷ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଠାରେ ଲିଖିତ ଭାବେ ଦର୍ଶାଯାଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ ବୋଲି ପ୍ରକାଶ କରିଛନ୍ତି ସଲାଗୁଡ଼ା ସରପଂଚ ସୁଭଦ୍ରା କହଁର। ଫଳରେ ପୂର୍ବରୁ ଅଞ୍ଚଳବାସୀ ଯେଉଁ ସମସ୍ୟା ଦେଇ ଗତି କରୁଥିଲେ ବର୍ତ୍ତମାନ ମଧ୍ୟ ସେହି ସମସ୍ୟା ଦେଇ ଗତି କରୁଛନ୍ତି ବୋଲି ଅଞ୍ଚଳବାସୀ ପ୍ରକାଶ କରିବା ସହିତ ଏହାକୁ ନେଇ ଦିନକୁ ଦିନ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଛି।

ଏ ସଂପର୍କରେ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟନିବାହୀ ଅଧିକାରୀ କୈଳାଶ ଚନ୍ଦ୍ର ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଉକ୍ତ ରାସ୍ତାର ଠିକାଦାର କରୋନା ସଂକ୍ରମିତ ଯୋଗୁଁ ସେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ତଥାପି ଦାୟିତ୍ୱରେ ଥିବା ଏସ୍.ଡ଼ି.ଓଙ୍କ ଉକ୍ତ କାର୍ଯ୍ୟର ତଦନ୍ତ ପାଇଁ ପଠାଇବା ସହିତ ପରବର୍ତ୍ତୀ ପଦକ୍ଷେପ ତୁରନ୍ତ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories