ଆସନ୍ତା ୬ରୁ ହବିଷ୍ୟାଳୀ ଆବେଦନ
ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ ହବିଷ୍ୟାଳି ଯୋଜନାରେ ଆସନ୍ତା ୬ତାରିଖରୁ ଆବେଦନ ଆରମ୍ଭ ହେବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ। କେବଳ ଅନଲାଇନ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ। ୬ତାରିଖରୁ ୧୧ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ ଶ୍ରଦ୍ଧାଳୁ। ହବିଷ୍ୟାଳୀମାନେ https://edistrict.odisha.gov.in ମାଧ୍ୟମରେ ଆବେଦନ କରିପାରିବେ । ଚଳିତ ବର୍ଷ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେବ ହବିଷ୍ୟାଳୀ ଯୋଜନା। ୨୫୦୦ ହବିଷ୍ୟାଳୀଙ୍କ ପାଇଁ ଚାରୋଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି।
Comments are closed.