www.samajalive.in
Saturday, December 6, 2025
23.1 C
Bhubaneswar

୮୬ ବର୍ଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡା; ଜାଣନ୍ତୁ ତାଙ୍କ ରାଜନୈତିକ ଜୀବନୀ

ନୂଆଦିଲ୍ଲୀ : ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବଗୌଡା ଶନିବାର ୮୬ବର୍ଷ ବୟସରେ ପଦାର୍ପଣ କରିଛନ୍ତି। କର୍ଣ୍ଣାଟକ ରାଜନୀତିରେ ଦେବଗୌଡାଙ୍କ ଦବଦବା ରହିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ମଧ୍ୟ କର୍ଣ୍ଣାଟକରେ ଦେବଗୌଡାଙ୍କ ରାଜନୈତିକ ଦଳ ଜେଡିଏସ କଂଗ୍ରେସ ସହ ମେଣ୍ଟ ସରକାର ଚଳାଉଛି। ଏହାସହ ଦେବଗୌଡାଙ୍କ ପୁଅ କୁମାରସ୍ୱାମୀ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ରହିଛନ୍ତି। କର୍ଣ୍ଣଟକର ହାସନ ଲୋକସଭା ଆସନରୁ ଦେବଗୌଡା ଲୋକସଭା ସାଂସଦ ରହିଛନ୍ତି। ଦେବଗୌଡାଙ୍କ ଜନନ୍ମଦିନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ଶୁଭକାମନା ଜଣାଇବା ସହ ତାଙ୍କ ଦୀର୍ଘାୟୁ କାମନା କରିଛନ୍ତି।
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବଗୌଡା ୧୯୩୩ ମସିହା ମେ ୧୮ ତାରିଖରେ ଏକ ବୋକାଲିଗା ପରିବାରରେ ଜନ୍ମଗ୍ରହଣ କରିଥିଲେ। ଦେବଗୌଡା ୫୦ଦଶକରେ ସିବିଲ ଇଞ୍ଜିନିୟରିଂ ପଢିବାପରେ ଚିନ୍ନାମାଙ୍କ ସହ ବିବାହ କରିଥିଲେ। ଦେବଗୌଡାଙ୍କ ରାଜନୈତିକ ଜୀବନ କଂଗ୍ରେସ ଠାରୁ ଆରମ୍ଭ ହୋଇଥିଲା। ୧୯୬୨ ମସିହାରେ ସ୍ୱାଧୀନ ବିଧାୟକ ଭାବେ ୧୯୬୨ରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ। ପରେ ଲଗାତାର ୧୯୮୯ ମସିହା ପର୍ଯ୍ୟନ୍ତ ୬ଥର ବିଧାୟକ ରହିଛି।୧୯୭୨-୭୭ ମସିହା ପର୍ଯ୍ୟନ୍ତ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ରହିଛନ୍ତି। ଜରୁରୀକାଳୀଣ ପରିସ୍ଥିତି ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିରୋଧ କରିବା ସହ କର୍ଣ୍ଣାଟକ ଜନତା ଦଳର ରାଜ୍ୟ ସଭାପତି ରହିଥିଲେ। ପରେ ସେ ୧୯୮୩ ରୁ ୮୮ ମସିହା ପର୍ଯ୍ୟନ୍ତ କର୍ଣ୍ଣାଟକରେ ଜନତା ଦଳ ସରକାରରେ ମନ୍ତ୍ରୀ ପଦରେ ରହିଥିଲେ। ଏହାପରେ ଦେବଗୌଡାଙ୍କ ନେତୃତ୍ୱରେ ୧୯୯୪ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରି ୧୪ତମ ମୁଖ୍ୟମନ୍ତ୍ରୀ ହୋଇଥିଲେ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories